ETV Bharat / state

ମାଓ ପୋଷ୍ଟରରେ ବିଜେଡି ପ୍ରାର୍ଥୀଙ୍କୁ ହତ୍ୟା ଧମକ

ମାଓ ପୋଷ୍ଟରରେ ବିଜେଡି ପ୍ରାର୍ଥୀ ରମେଶ ବେହେରାଙ୍କୁ ହତ୍ୟା କରାଯିବା ଉଲ୍ଲେଖ କରାଯାଇଛି। ଏହି ପୋଷ୍ଟରରେ ସିପିଆଇ(ଏମ୍) ମାଓବାଦୀ ସଂଗଠନ ପକ୍ଷରୁ ଜାରୀ କରାଯାଇଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ନୟାଗଡ
author img

By

Published : Mar 24, 2019, 12:53 PM IST

ନୟାଗଡ: ଦଶପଲ୍ଲା ଥାନା ଅଞ୍ଚଳରେ ହତ୍ୟା ଧମକପୂର୍ଣ୍ଣ 2ଟି ମାଓ ପୋଷ୍ଟର ମିଳିଛି। ସେହି ପୋଷ୍ଟରରେ ବିଜେଡି ପ୍ରାର୍ଥୀ ରମେଶ ବେହେରାଙ୍କୁ ହତ୍ୟା କରାଯିବ ସହ ଦଶପଲ୍ଲା ଆଇଆଇସି ବିଶ୍ବଜିତ୍ ରାଉତରାୟଙ୍କୁ ବି ହତ୍ୟା କରାଯିବ ବୋଲି ଉଲ୍ଲେଖ ଅଛି । ତେବେ ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି 2 ପୋଷ୍ଟର ଜବତ କରି ଘଟଣାର ତଦନ୍ତ କରୁଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ନୟାଗଡ

ସୂଚନାମୁତାବକ, ପର୍ଯ୍ୟଟନସ୍ଥଳୀ କୁଆଁରିଆ ମୃଗ ବିହାର ପାଚେରୀରେ ମାଓ ପୋଷ୍ଟର ଲଗାଯାଇଥିଲା। ସେହି ପୋଷ୍ଟରରେ ସିପିଆଇ(ଏମ୍) ମାଓବାଦୀ ବୋଲି ଉଲ୍ଲେଖ ଅଛି। ତେବେ ପୋଷ୍ଟରରେ ଦଶପଲ୍ଲା ଥାନା, ଜେଲ, କୋର୍ଟ, ନୂଆଗାଁ ଥାନା ଓ ଗଣିଆ ଥାନା ଉଡେଇ ଦିଆଯିବ ବୋଲି ଲେଖାଯାଇଛି। ଏଥିସହ ବିଜେଡି ପାର୍ଥୀ ରମେଶ ବେହେରାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି ମାଓବାଦୀ ସଂଗଠନ । ମାର୍ଚ୍ଚ 25ରୁ 10 ତାରିଖ ଭିତରେ ଏହି କାଣ୍ଡ ଭିଆଇବେ ବୋଲି ପୋଷ୍ଟରରେ ଲେଖାଅଛି ।
ଏହି ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି 2 ପୋଷ୍ଟର ଜବତ କରି ଘଟଣାର ତଦନ୍ତ କରୁଥିବା ଥାନାଥିକାରୀ ବିଶ୍ବଜିତ୍ ରାଉତରାୟ କହିଛନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.