ETV Bharat / state

ଶ୍ରମିକଙ୍କ ଆଇନ ଅମାନ୍ୟ ଆନ୍ଦୋଳନ, ଶତାଧିକ ଗିରଫ - ଗିରଫ ହେଲେ ଶତାଧିକ ଶ୍ରମିକ

ନୟାଗଡ଼ ଜିଲ୍ଲା ରଣପୁରରେ ଚାଷୀ ଓ ଶ୍ରମିକ ସଂଗଠନର ସଦସ୍ୟଙ୍କ ବିଭିନ୍ନ ଦାବିନେଇ ଅମାନ୍ୟ ଆନ୍ଦୋଳନ । ବ୍ଲକ ସମ୍ମୁଖରେ ବିକ୍ଷୋଭ । ଅଧିକ ପଢନ୍ତୁ

Violation law and order Situation labour arrested in nayagarh
ଆଇନ ଅମାନ୍ୟ ଆନ୍ଦୋଳନ କରି ଗିରଫ ହେଲେ ଶତାଧିକ ଶ୍ରମିକ
author img

By

Published : Aug 9, 2022, 1:51 PM IST

ନୟାଗଡ଼: ଦେଶ ବ୍ୟାପି ଆଇନ ଅମାନ୍ୟ ଆନ୍ଦୋଳନ ଡାକରା । ଐତିହାସିକ ଭାରତ ଛାଡ ଆନ୍ଦୋଳନ ଦିବସ ଉପଲକ୍ଷେ ଆଜି ସିଆଇଟିୟୁ, କୃଷକ ସଭା, ଓ କ୍ଷେତ ମଜଦୁର ୟୁନିଅନ ତରଫରୁ ଜୀବନ ଜୀବିକାର ସୁରକ୍ଷା ପାଇଁ ବିଭିନ୍ନ ଦାବୀ ଉପରେ ଦେଶ ବ୍ୟାପି ଆଇନ ଅମାନ୍ୟ ଆନ୍ଦୋଳନ ଡାକରା ଦିଆଯାଇଛି । ଏଥିସହ ନୟାଗଡ଼ ଜିଲ୍ଲା ରଣପୁରରେ ମଧ୍ୟ ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହୋଇଛି । ତୁହାକୁ ତୁହା ଲଘୁଚାପ ଲଗାଣ ବର୍ଷା ସତ୍ତ୍ବେ ପଞ୍ଚୁଦୋଳ ପଡିଆ ରଘୁଦିବାକର ମଣ୍ଡପଠାରେ ଶତାଧିକ କୃଷକ, ଶ୍ରମିକ, କ୍ଷେତ ମଜଦୁର, ପାଚିକା, ଆଶାକର୍ମୀ ଓ ନିର୍ମାଣ ଶ୍ରମିକ ସମବେତ ହୋଇଥିଲେ ।

ଆଇନ ଅମାନ୍ୟ ଆନ୍ଦୋଳନ କରି ଗିରଫ ହେଲେ ଶତାଧିକ ଶ୍ରମିକ

ସେଠାରୁ ସମସ୍ତେ ରଣପୁର ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ । କୃଷକ ନେତା ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିସହ ସଭାରେ ବକ୍ତାମାନେ କେନ୍ଦ୍ର ମୋଦୀ ସରକାରରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନିଷ୍ପତିକୁ ତୀବ୍ର ସମାଲୋଚନା କରିଥିଲେ । ଚାଷୀ ଫସଲର ସହାୟକ ମୂଲ୍ୟ ବୃଦ୍ଧି,ଏକକାଳୀନ କୃଷି ଋଣ ଛାଡ, ମନରେଗା ଯୋଜନାରେ ବର୍ଷକୁ ୨୦୦ଦିନ କାମ ଓ ଦୈନିକ ମଜୁରୀ ୭୦୦ଟଙ୍କା ସ୍ଥାୟୀ କର୍ମଚାରୀର ମାନ୍ୟତା ଓ ମାସିକ ସର୍ବନିମ୍ନ ଦରମା ୨୬୦୦୦ଟଙ୍କା, ଦର ବୃଦ୍ଧି ପ୍ରତ୍ୟାହାର, ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର, ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟ ଓ ଶିକ୍ଷା ଏବଂ ବାସହୀନଙ୍କୁ ଗୃହ ଯୋଗାଇ ଦେବାକୁ ବକ୍ତା ମାନେ ଦାବି କରିଥିଲେ ।

ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତି ବିରୋଧରେ ସତ୍ୟାଗ୍ରହ କରି ଆଇନ ଭଙ୍ଗ କରିଥିବା ଶତାଧିକ ଆନ୍ଦୋଳନ କାରୀଙ୍କୁ ରଣପୁର ପୋଲିସ ଗିରଫ କରାଯାଇଥିଲା । ପରେ ସତ୍ୟାଗ୍ରହୀ ମାନଙ୍କୁ କିଛି ସମୟ ରଖି ଛାଡି ଦିଆଯାଇଥିଲା । ରଣପୁରରେ ଆଇନ ଅମାନ୍ୟ ଆନ୍ଦୋଳନ ସଫଳ ହୋଇଛି ବୋଲି କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, ଶ୍ରମିକ ନେତା ସୁରେଶ ସ୍ବାଇଁ, ସବ୍ୟସାଚୀ ସେନାପତି, ଗଦାଧର ପ୍ରଧାନ, ଭିକାରୀ ଚରଣ ସାହୁ, ସଂଯୁକ୍ତା ସେଠି ଓ ସୁକାନ୍ତି ଜେନା କହିଛନ୍ତି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.