ETV Bharat / state

ନୟାଗଡ଼ରେ ଦନ୍ତାହାତୀ ଆକ୍ରମଣ, ଜଣେ ମୃତ - ନୟାଗଡ଼ରେ ହାତୀ ଆକ୍ରମଣରେ ଜଣେ ମୃତ

ନୟାଗଡ଼ରେ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଉଛନ୍ତି ରଣପୁରର ବନ୍ଧମୁଣ୍ଡା ପଞ୍ଚାୟତ ଜାମୁଗଣ୍ଡ ନୁଆସାହି ଗ୍ରାମର ଯଦୁମଣୀ ପଣ୍ଡା(୫୫) । ରଣପୁରରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଗାଁ ମୁଣ୍ଡରେ ଦଳିଦେଲେ ୩ ଦନ୍ତାହାତୀ । ଅଧିକ ପଢ଼ନ୍ତୁ

ନୟାଗଡ଼ରେ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ
ନୟାଗଡ଼ରେ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ
author img

By

Published : Jun 12, 2022, 5:21 PM IST

Updated : Jun 12, 2022, 5:28 PM IST

ନୟାଗଡ଼: ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବନଖଣ୍ଡ ଅଧୀନ ବନ୍ଧମୁଣ୍ଡା ପଞ୍ଚାୟତ ଜାମୁଗଣ୍ଡ ନୁଆସାହି ଗ୍ରାମର ଯଦୁମଣୀ ପଣ୍ଡା(୫୫) । ତେବେ ରଣପୁର ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣରେ ଅନେକ ଧନଜୀବନ ହାନୀ ହେଉଥିବା ବେଳେ ବନବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ ଯଦୁମଣୀ ଗତକାଲି ସନ୍ଧ୍ୟାରେ ରଣପୁରରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଗାଁ ମୁଣ୍ଡରେ ୩ଟି ଦନ୍ତାହାତୀ ନିକଟସ୍ଥ ଜଙ୍ଗଲରୁ ଆସି ତାଙ୍କୁ ଦଳି ଦେଇଥିଲେ । ତେବେ ଗ୍ରାମବାସୀ ପହଞ୍ଚି ହାତୀଗୁଡ଼ିକୁ ଘଉଡାଇବା ସହ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ରଣପୁର ବନବିଭାଗ ପହଞ୍ଚି ଯଦୁମଣିଙ୍କୁ ଗୁରୁତର ଅବସ୍ଥାରେ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ନୟାଗଡ଼

Last Updated : Jun 12, 2022, 5:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.