ETV Bharat / state

ଭୁଜାଲିରେ ହାଣି ବେପାରୀଙ୍କଠୁ ଲୁଟିନେଲେ ୫୦ ହଜାର

author img

By

Published : Aug 18, 2021, 1:05 PM IST

ନୟାଗଡ଼ ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାପେଡି ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଭୁଜାଲିରେ ମରଣାତ୍ମକ ଆକ୍ରମଣ କରି ପଚାଶ ହଜାର ଟଙ୍କା ଲୁଟି ନେଇଛନ୍ତି l ଅଧିକ ପଢନ୍ତୁ...

ଭୁଜାଲିରେ ହାଣି ବେପାରୀଙ୍କଠୁ ୫୦ହଜାର ଲୁଟ୍
ଭୁଜାଲିରେ ହାଣି ବେପାରୀଙ୍କଠୁ ୫୦ହଜାର ଲୁଟ୍

ନୟାଗଡ଼: ଭୁଜାଲିରେ ହାଣି ବେପାରୀଙ୍କ ଠାରୁ ୫୦ହଜାର ଲୁଟିନେଲେ ଦୁର୍ବୃତ୍ତ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାପେଡି ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଭୁଜାଲିରେ ମରଣାତ୍ମକ ଆକ୍ରମଣ କରି ପଚାଶ ହଜାର ଟଙ୍କା ଲୁଟି ନେଇଛନ୍ତି l ଲୁଟର ଶୀକାର ହୋଇଥିବା ଯୁବକ ଜଣଙ୍କ ହେଲେ ଚମ୍ପାପେଡି ଗ୍ରାମର 33ବର୍ଷୀୟ ପର୍ଶୁରାମ ପାଇକରାୟ l

ଭୁଜାଲିରେ ହାଣି ବେପାରୀଙ୍କଠୁ ୫୦ହଜାର ଲୁଟ୍

ସୂଚନା ଅନୁସାରେ ନୟାଗଡରୁ ବ୍ୟବସାୟ ସାରି ଵାଇକ ଯୋଗେ ଘରକୁ ଫେରୁଥିବା ବେଳେ ଚମ୍ପାପେଡି ଗାଁ ନିକଟରେ ତାଙ୍କୁ ଦୁଇଜଣ ଯୁବକ ବାଇକରେ ଆସି ଅଟକାଇ ଥିଲେ l ପରେ ଭୁଜାଲି ଦେଖାଇ ଧମକାଇବା ସହ ଟଙ୍କା ମାଗିଥିଲେ l ମାତ୍ର ପର୍ଶୁରାମ ଲୁଟେରାଙ୍କୁ ଭୟ ନକରି ଟଙ୍କା ନଦେବାରୁ ଲୁଟେରା ପର୍ଶୁରାମଙ୍କ ବେକକୁ ଭୁଜାଲିରେ ମରଣାତ୍ମକ ଆକ୍ରମଣ କରିଥିଲେ l ଫଳରେ ପର୍ଶୁରାମ ତଳେ ପଡି ଯିବାରୁ ଲୁଟେରା ଦ୍ବୟ ୫୦ ହଜାର ଟଙ୍କା ସହ ବ୍ୟାଗ ଛଡେଇ ନେଇ ବାଇକରେ ଚାନ୍ଦପୁର ଆଡକୁ ପଳାଇ ଯାଇଥିଲେ।

ରକ୍ତରେ ଜୁଡୁ ବୁଡୁ ଅବସ୍ଥାରେ ରାସ୍ତା କଡରେ ପଡି ରହିଥିବା ପର୍ଶୁରାମଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପର୍ଶୁରାମଙ୍କ ବେକରେ ଗଭୀର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ଏନେଇ ଚାନ୍ଦପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.