ETV Bharat / state

Panchayat Poll: ନୟାଗଡ଼ରେ ଯାଞ୍ଚ ବେଳେ ୧୫୧ ପ୍ରାର୍ଥୀପତ୍ର ନାକଚ

author img

By

Published : Jan 23, 2022, 1:07 PM IST

ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ଶନିବାର ଏହାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଜିଲ୍ଲାରେ ବିଭିନ୍ନ ପଦବୀ ପାଇଁ ଆବେଦନ ହୋଇଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୫୧ ପ୍ରାର୍ଥୀପତ୍ର ନାକଚ ହୋଇଛି । ଅଧିକ ପଢନ୍ତୁ

Panchayat Poll: ନୟାଗଡ଼ରେ ଯାଞ୍ଚ ବେଳେ ୧୫୧ ପ୍ରାର୍ଥୀପତ୍ର ନାକଚ
Panchayat Poll: ନୟାଗଡ଼ରେ ଯାଞ୍ଚ ବେଳେ ୧୫୧ ପ୍ରାର୍ଥୀପତ୍ର ନାକଚ

ନୟାଗଡ଼: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଗ୍ରାମାଞ୍ଚଳ ରାଜନୀତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ଶନିବାର ଦିନ ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଆସନ ପର୍ଯ୍ୟନ୍ତ ଦାଖଲ ନାମାଙ୍କନ ପତ୍ରଗୁଡିକର ଯାଞ୍ଚ ହୋଇଛି । ଯାଞ୍ଚ ସମୟରେ ନୟାଗଡ଼ ଜିଲ୍ଲା ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ରରୁ ୧୫୧ଟି ନାକଚ ହୋଇଯାଇଛି ।

ଜିଲ୍ଲାରେ ସର୍ବମୋଟ 7085 ଜଣଙ୍କ ପାର୍ଥୀ ପତ୍ର କାଏମ ରହିଥିବା ବେଳେ ୧୫୧ଟି ପ୍ରାର୍ଥୀପତ୍ର ନାକଚ ହୋଇଛି । ଜିଲ୍ଲାରେ ସର୍ବମୋଟ 5426ଟି ୱାର୍ଡ଼ ସଭ୍ୟଙ୍କ ମଧ୍ୟରୁ 84 ଜଣ ବାଦ ପଡ଼ିଥିବା ବେଳେ 914 ସରପଞ୍ଚ ପାର୍ଥୀଙ୍କ ମଧ୍ୟରୁ 39ଜଣ, 789 ସମିତି ସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ 26 ଜଣ ବାଦ ପଡ଼ିଛନ୍ତି l ଜିଲ୍ଲାରେ ନୟାଗଡ଼ ବ୍ଲକର ଜଣେ ସ୍ବାଧନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ଭାପୁର ବ୍ଲକରେ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ସୂଚନା ମିଳିଛି l

ଯାହାକୁ ନେଇ ନୟାଗଡ଼ ଜିଲ୍ଲାରେ ରାଜନୀତି ରୋଚକପୂର୍ଣ୍ଣ ହୋଇଛି । ଆସନ୍ତା 25 ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ହୋଇଥିବାରୁ ତା' ପରେ ସ୍ଥିତି କିପରି ରହିବ ସେ ନେଇ ତର୍କବିତର୍କ ଜାରିରହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.