ETV Bharat / state

ଦଶପଲ୍ଲାରେ ଲଙ୍କାପୋଡ଼ି ଯାତ୍ରା ଶେଷ, ସୃଷ୍ଟି ହେଲା ଅଯୋଧ୍ୟାର ଭ୍ରମ - ଦଶପଲ୍ଲାରେ ସରିଲା ଶ୍ରୀରାମଙ୍କ ରାଜ୍ୟାଭିଷେକ

ଦଶପଲ୍ଲାରେ ଲଙ୍କାପୋଡ଼ି ଯାତ୍ରାର ଶେଷ ଦିନ । ସୃଷ୍ଟି ହେଲା ଅଯୋଧ୍ୟାର ଭ୍ରମ । ଅଧିକ ପଢନ୍ତୁ

ଦଶପଲ୍ଲାରେ ଲଙ୍କାପୋଡ଼ି ଯାତ୍ରା, ସରିଲା ଶ୍ରୀରାମଙ୍କ ରାଜ୍ୟାଭିଷେକ

author img

By

Published : Apr 21, 2022, 4:38 PM IST

Updated : Apr 21, 2022, 4:45 PM IST

ନୟାଗଡ଼: ପ୍ରସିଦ୍ଧ ଲୋକକଳା ଗ୍ରାମ ଦଶପଲ୍ଲାରେ ଲଙ୍କାପୋଡ଼ି ଯାତ୍ରାର ଅନ୍ତିମ ଦିବସରେ ରାମଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଦଶପଲ୍ଲାରେ ଅଯୋଧ୍ୟାର ଭ୍ରମ ସୃଷ୍ଟି କରିଥିବାବେଳେ ପ୍ରବଳ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଦିନବେଳା ମନ୍ଦିରରେ ନୀତିକାନ୍ତି ସହ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ବେଶ କରାଯାଇଥିଲା ।

ଦଶପଲ୍ଲାରେ ଲଙ୍କାପୋଡ଼ି ଯାତ୍ରା ଶେଷ, ସୃଷ୍ଟି ହେଲା ଅଯୋଧ୍ୟାର ଭ୍ରମ

ପ୍ରଭୁ ଶ୍ରୀରାମ ଚନ୍ଦ୍ର ଲଙ୍କାପତି ରାବଣକୁ ନିଧନ କରିସାରିବା ପରେ ସୀତା ମାତାଙ୍କୁ ଅଗ୍ନି ପରୀକ୍ଷା କରାଇ ବିଭୀଷଣଙ୍କ ନିର୍ଦ୍ଦେଶରେ ପୁଷ୍ପକ ବିମାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରନ୍ତି । ବାଟରେ ପ୍ରଭୁ ଶ୍ରୀରାମଚନ୍ଦ୍ର ପୁଷ୍ପକ ବିମାନ ଉପରୁ, ସୀତା ମାତାଙ୍କୁ ବିଭିନ୍ନ ସ୍ଥାନ ଦେଖାଇଥାନ୍ତି ଏବଂ ଶେଷରେ ଋଷି ଭରଦ୍ଵାଜଙ୍କ ଆଶ୍ରମରେ ଆସି ବିଶ୍ରାମ କରନ୍ତି । ଭରଦ୍ଵାଜଙ୍କ ଆଶ୍ରମରୁ ଶ୍ରୀ ହନୁମାନଙ୍କୁ ବାର୍ତ୍ତା ଦେଇ ଅଯୋଧ୍ୟା ପ୍ରେରଣ କରନ୍ତି ।

ଅନ୍ୟପଟେ ଭରତ ମହାରାଜା ଶ୍ରୀରାମଙ୍କ ଆଗମନକୁ ପ୍ରତିକ୍ଷା କରି ସମସ୍ତ ଅଯୋଧ୍ୟାପୁରକୁ ସୁସଜ୍ଜିତ କରିଦେଇଥାନ୍ତି । କୁଳଗୁରୁ ବଶିଷ୍ଠଙ୍କ ନିର୍ଦ୍ଦେଶରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଚାରି ଭ୍ରାତାଙ୍କ ସହ ଅଯୋଧ୍ୟା ସିଂହାସନରେ ଉପବେଶନ କରନ୍ତି । ଏହାପରି ଭାବରେ ରାମଙ୍କ ରାଜ୍ୟାଭିଷେକ ହୋଇଛି । ଏହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Apr 21, 2022, 4:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.