ETV Bharat / state

ଜିଲ୍ଲା ଶ୍ରମଅଧିକାରୀଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ଲଣ୍ଠନ ଶୋଭାଯାତ୍ରା

author img

By

Published : Oct 18, 2020, 6:09 PM IST

ଜିଲ୍ଲା ଶ୍ରମ ଅଧିକାରୀଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ଲଣ୍ଠନ ଶୋଭାଯାତ୍ରା । ନିର୍ମାଣ ଶ୍ରମିକ ମହାସଂଘ ଓ କଳିଙ୍ଗ ନିର୍ମାଣ ଶ୍ରମିକ ମଞ୍ଚ ପକ୍ଷରୁ କରାଗଲା ବିକ୍ଷୋଭ । ଅଧିକ ପଢନ୍ତୁ...

lamp march in nayagarh
ଜିଲ୍ଲା ଶ୍ରମ ଅଧିକାରୀଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ଲଣ୍ଠନ ଶୋଭାଯାତ୍ରା

ନୟାଗଡ଼: ଜିଲ୍ଲା ଶ୍ରମ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧ କରି ଲଣ୍ଠନ ଶୋଭାଯାତ୍ରା । ନିର୍ମାଣ ଶ୍ରମିକ ମହାସଂଘ ଓ କଳିଙ୍ଗ ନିର୍ମାଣ ଶ୍ରମିକ ମଞ୍ଚ ପକ୍ଷରୁ ନୟାଗଡ ସହରରେ ଏକ ଲଣ୍ଠନ ଶୋଭାଯାତ୍ରା କରାଯାଇଛି । ଦୀର୍ଘବର୍ଷ ଧରି ଅନେକ ନିର୍ମାଣ ଶ୍ରମିକ ସେମାନଙ୍କ ପଞ୍ଜିକରଣ ପାଇଁ ଆବେଦନ କରିଥିବା ବେଳେ ଶତାଧିକ ନିର୍ମାଣ ଶ୍ରମିକ ସହାୟତା ପାଇବା ପାଇଁ ଆବେଦନ କରିଛନ୍ତି । ମାତ୍ର ଜିଲ୍ଲା ଶ୍ରମ ଅଧିକାରୀ ଏହାକୁ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି ।

ଏପରିକି ସହାୟତା ରାଶି ମଧ୍ୟ ବଣ୍ଟନ କରାଯାଉନଥିବା ଅଭିଯୋଗ ହୋଇଛି । ଏପରିକି ପକ୍କା ଘର , ଶିକ୍ଷା ସହାୟତା ଆବେଦନ ପ୍ରଭୃତି ପ୍ରଦାନ କରାଯାଉନଥିବା ନେଇ ସଂଗଠନ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଏହାର ପ୍ରତିବାଦରେ ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ଗୁଡ଼ିକୁ ୧୫ ଦିନ ମଧ୍ୟରେ ସମାଧାନ କରାନଗଲେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.