ETV Bharat / state

ଜିଲ୍ଲାପାଳଙ୍କୁ ଖୋଜୁଛନ୍ତି ମାନସିକ ବିକାରଗ୍ରସ୍ତ ମହିଳା, ମାନବିକତା ଦେଖାଇଲେ ସାମ୍ବାଦିକ - journalist help a mentally disable women

ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ତତକାଳିନ ବୌଦ୍ଧ ଜିଲ୍ଲାପାଳ ସାଲିନୀ ପଣ୍ଡିତଙ୍କୁ ଖୋଜୁଥିବା ଜଣାପଡିଛି । ତେବେ ଏହି ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ସାହା ହୋଇଛନ୍ତି ଦଶପଲ୍ଲା ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କୁ ଖୋଜୁଛନ୍ତି ମାନସିକ ବିକାରଗ୍ରସ୍ତ ମହିଳା, ମାନବିକତା ଦେଖାଇଲେ ସାମ୍ବାଦିକ

author img

By

Published : Nov 22, 2020, 10:36 PM IST

ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ତତକାଳିନ ବୌଦ୍ଧ ଜିଲ୍ଲାପାଳ ସାଲିନୀ ପଣ୍ଡିତଙ୍କୁ ଖୋଜୁଥିବା ଜଣାପଡିଛି । ତେବେ ଏହି ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ସାହା ହୋଇଛନ୍ତି ଦଶପଲ୍ଲା ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକ । ସେ ଏହି ଅସହାୟ ମହିଳା ଜଣଙ୍କୁ ଖାଦ୍ୟ, ବସ୍ତ୍ର ଓ ରହିବା ବ୍ୟବସ୍ଥା କରି ମାନବିକତାର ପରିଚୟ ଦେଇଛନ୍ତି ।

ଜିଲ୍ଲାପାଳଙ୍କୁ ଖୋଜୁଛନ୍ତି ମାନସିକ ବିକାରଗ୍ରସ୍ତ ମହିଳା, ମାନବିକତା ଦେଖାଇଲେ ସାମ୍ବାଦିକ

ସୂଚନାନୁଯାୟୀ, ବୌଦ୍ଧ ସହର ସାନବଙ୍କାପଡ଼ା ଗ୍ରାମର ଏହି ମହିଳା କୁମାରୀ ମେହେରଙ୍କ ପରିବାର କହିଲେ ୨ ଭାଇ ଓ ୪ ଭଉଣୀ । କୁମାରୀ ସମସ୍ତଙ୍କ ଠାରୁ ବଡ଼ । କୁମାରୀ ବୌଦ୍ଧ ଜିଲ୍ଲା ମଧୁରା ପଞ୍ଚାୟତ କେଲାକଟା ଗାଁରେ ବିବାହ କରିଥିଲେ । ତାଙ୍କ ଜନ୍ମିତ ଝିଅର ମୃତ୍ୟୁ ପରେ ଶାଶୁଘର ଲୋକଙ୍କ ଅତ୍ୟାଚାର ସହି ନ ପାରି ସେ ବାପଘରକୁ ପଳାଇ ଆସିଥିଲେ । ମାତ୍ର ପାରିବାରିକ ସମସ୍ୟାରୁ ବୌଦ୍ଧ ନିକଟ ବୁଟୁପାଲ୍ଲୀରେ ଥିବା ନାରାୟଣପୁର ଅନାଥ ଆଶ୍ରମରେ ସେ ରହିଥିଲେ । ସେହି ସମୟରେ ଥିବା ଜିଲ୍ଲାପାଳ ସାଲିନୀ ପଣ୍ଡିତ ଆଶ୍ରମକୁ ପରିଦର୍ଶନରେ ଆସିଥିଲେ ।

କୁମାରୀଙ୍କୁ ଦେଖି ଜିଲ୍ଲାପାଳ ପଣ୍ତିତ୍ ତାଙ୍କୁ ଘର କାର୍ଯ୍ୟ କରିବା ପାଇଁ ଆଶ୍ରମରୁ ନେଇ ଆସିଥିଲେ । ଏପରିକି ଜିଲ୍ଲାପାଳ କୁମାରୀ ନାଁରେ କିଛି ଟଙ୍କା ରଖିଥିଲେ । ଯାହାକୁ ହାତେଇବା ଲାଗି ତାଙ୍କୁ ଭାଇମାନେ ଘରକୁ ନେଇଥିଲେ । ଆଉ ସମସ୍ତ ଟଙ୍କା ଖର୍ଚ୍ଚ କରି ଆରାମରେ ରହିଥିଲେ । ମାତ୍ର କୁମାରୀର ସେମାନେ ଦେଖାଶୁଣା କରିନଥିଲେ । ଫଳରେ କୁମାରୀ ମାନସିକ ରୋଗୀ ପାଲଟି ଯାଇଥିଲେ । ଏଭଳି ସ୍ଥିତିରେ ପରିବାର ଲୋକେ ତାଙ୍କୁ ଆଣି ଦଶପଲ୍ଲାରେ ଛାଡି ଦେଇଥିବା ଜଣାପଡ଼ିଛି । କୁମାରୀ ଜିଲ୍ଲାପାଳଙ୍କ ଠିକଣା ପାଇଲେ ପୁଣି ଥରେ ନୂଆ ଜୀବନ ପାଇବେ ବୋଲି ଆଶା ରଖିଥିବା ଜଣାପଡ଼ିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.