ETV Bharat / state

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ହେବନି ରଥଯାତ୍ରା, ପ୍ରତିବାଦ କଲା ଜଗନ୍ନାଥ ସେନା

author img

By

Published : Jun 11, 2021, 4:53 PM IST

ରାଜ୍ୟ ସରକାର କେବଳ ପୁରୀରେ ରଥଯାତ୍ରା ହେବା ନେଇ ଘୋଷଣା କରିଛନ୍ତି । ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ଗଡ଼ିବ ନାହିଁ ରଥ । ଏହାର ପ୍ରତିବାଦ ଜଣାଇଛି ନୟାଗଡ଼ ଜିଲ୍ଲା ରଣପୁର ଜଗନ୍ନାଥ ସେନା । ଅଧିକ ପଢନ୍ତୁ...

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ହେବନି ରଥଯାତ୍ରା: ଜଗନ୍ନାଥ ସେନାର ପ୍ରତିବାଦ

ନୟାଗଡ଼: ରାଜ୍ୟ ସରକାର କେବଳ ପୁରୀରେ ରଥଯାତ୍ରା ହେବା ନେଇ ଘୋଷଣା କରିଛନ୍ତି । ଅନ୍ୟ କେଉଁଠାରେ ନକରିବା ପାଇଁ ସେ ମନା କରି ଦେଇଛନ୍ତି । ତେଣୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ଗଡ଼ିବ ନାହିଁ ରଥ । ଏହାର ପ୍ରତିବାଦ ଜଣାଇଛି ନୟାଗଡ଼ ଜିଲ୍ଲା ରଣପୁର ଜଗନ୍ନାଥ ସେନା ।

କୋଭିଡ଼ ଗାଇଡ଼ଲାଇନ ମଧ୍ୟରେ ରଥଯାତ୍ରା କରିବା ପାଇଁ ଦାବି କରିଛି ଜଗନ୍ନାଥ ସେନା । 1363 ସାଲରେ ରଣପୁର ରାଜା ଉଦ୍ଧବ ନରେନ୍ଦ୍ର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ । ରଣପୁରଗଡ଼ର ତତ୍କାଳୀନ ରାଜା ସାରଙ୍ଗଧର ନରେନ୍ଦ୍ର 1757ରେ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପନ କରି ରଥଯାତ୍ରା ଆରମ୍ଭ କରିଥିଲେ । 270 ବର୍ଷ ଧରି ରଣପୁରରେ ରଥଯାତ୍ରା ହୋଇଆସୁଥିଲା । 1866 ଭଳି ନଅଙ୍କ ଦୁର୍ଭିକ୍ଷ ସମୟରେ ମଧ୍ୟ ରଥଯାତ୍ରା ବନ୍ଦ ହୋଇନଥିଲା । ତେଣୁ, ସରକାର ଏଦିଗରେ ଦୃଷ୍ଟି ଦେଇ କୋଭିଡ଼ ଗାଇଡ଼ଲାଇନ ମଧ୍ୟରେ ରଥଯାତ୍ରା କରିବା ଦିଗରେ ଅନୁମତି ଦେବାକୁ ଦାବି କରିଛନ୍ତି ଜଗନ୍ନାଥପ୍ରେମୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.