ETV Bharat / state

ରଣପୁର ଜଗନ୍ନାଥ ମନ୍ଦିର ଖୋଲିବାକୁ ଦାବି କଲା ଜଗନ୍ନାଥସେନା

କୋଭିଡ କଟକଣା ମାନି 656 ବର୍ଷ ପୂରାତନ ରଣପୁର ଜଗନ୍ନାଥ ମନ୍ଦିରକୁ ଖୋଲିବାକୁ ଦାବି କରିଛି ଜଗନ୍ନାଥ ସେନା l ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣା ଦେଇ ମନ୍ଦିର ଖୋଲିବା ପାଇଁ ବୁଦ୍ଧିଜୀବୀ ଏବଂ ସେବାୟତମାନେ ଦାବି କରିଛନ୍ତି l

ରଣପୁର ଜଗନ୍ନାଥ ମନ୍ଦିରକୁ  ଖୋଲିବାକୁ ଦାବି କଲା ଜଗନ୍ନାଥସେନା

author img

By

Published : Nov 2, 2020, 12:46 PM IST

ନୟାଗଡ: କୋଭିଡ କଟକଣା ମାନି 656ବର୍ଷ ପୂରାତନ ରଣପୁର ଜଗନ୍ନାଥ ମନ୍ଦିରକୁ ଖୋଲିବାକୁ ଦାବି କରିଛି ଜଗନ୍ନାଥ ସେନା l ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣା ଦେଇ ମନ୍ଦିର ଖୋଲିବା ପାଇଁ ବୁଦ୍ଧିଜୀବୀ ଏବଂ ସେବାୟତମାନେ ଦାବି କରିଛନ୍ତି l ଏନେଇ ଏକ ଦାବିପତ୍ର ଦେବୋତ୍ତର ବିଭାଗର ମ୍ୟାନେଜର ତହସିଲଦାରଙ୍କୁ ପ୍ରଦାନ କରାଯିବା ନେଇ କୁହାଯାଇଛି l ଶ୍ରଦ୍ଧାଳୁଙ୍କର ଭାବାବେଗକୁ ଦୃଷ୍ଟିରେ ରଖି କୋଭିଡ଼ କଟକଣା ମାନି ମନ୍ଦିର ଖୋଲିବାକୁ ଦାବି ହୋଇଛି l

ରଣପୁର ଜଗନ୍ନାଥ ମନ୍ଦିରକୁ ଖୋଲିବାକୁ ଦାବି କଲା ଜଗନ୍ନାଥସେନା

ଧର୍ମ ମାସ କାର୍ତ୍ତିକ ମାସରେ ଶତାଧିକ ଶ୍ରଦ୍ଧାଳୁ ତଥା ଭକ୍ତମାନେ ମନ୍ଦିରକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଲୋକ ବିଶ୍ବାସ ରହିଛି l କୋରୋନା ମହାମାରୀ କଟକଣା ଯୋଗୁଁ ସମସ୍ତ ମନ୍ଦିରମାନଙ୍କରେ ଭକ୍ତଙ୍କର ପ୍ରବେଶକୁ ବାରଣ କରାଯାଇଛି l ଫଳରେ ସବୁ ମନ୍ଦିର ପରି 2ୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ମଧ୍ୟ ବନ୍ଦ ରହିଛି l କୋରୋନା କଟକଣା ଯୋଗୁଁ ଭକ୍ତମାନେ ସାଧାରଣ ଦର୍ଶନରୁ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ମନ୍ଦିରକୁ ଭକ୍ତଙ୍କର ପ୍ରବେଶକୁ ନିଷେଧ କରାଯାଇଥିବାରୁ ସେବାୟତ ମାନେ ମଧ୍ୟ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି l

କୋଭିଡ ନିୟମକୁ ଅନୁସରଣ କରି ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସେନା ତରଫରୁ ଏକ ବୈଠକ କରାଯାଇଛି l ଏଥିରେ ମନ୍ଦିରର ସେବାୟତ, ବୁଦ୍ଧିଜୀବୀ,ଶିକ୍ଷାବିତ ତଥା ଜନସାଧାରଣ ଯୋଗ ଦେଇଥିଲେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥା କରାଯାଉ ବୋଲି ଜଗନ୍ନାଥ ସେନା ତରଫରୁ ଦାବି କରାଯାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.