ETV Bharat / state

ମାଟିରେ ମିଶିବାକୁ ବସିଲାଣି ପାହାଡ଼ : ମାଲାମାଲ ହେଉଛନ୍ତି ପଥର ମାଫିଆ, ସରକାର ହରାଉଛନ୍ତି ରାଜସ୍ୱ

author img

By

Published : Aug 25, 2021, 4:52 PM IST

ନୟାଗଡରେ ବେଧଡକ ଚାଲିଛି ପଥର ଖନନ । ମାତିଛନ୍ତି ପଥର ଖଣି ମାଫିଆ ଲୁଟ ହେଉଛି ଖଣିଜ ସମ୍ପଦ । ସରକାର ହରାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ। ଅଧିକ ପଢନ୍ତୁ...

Iligal stone cutting in nayagah government lose revenue
ମାଟିରେ ମିଶିବାକୁ ବସିଲାଣି ପାହାଡ଼ : ମାଲେମାଲ ହେଉଛନ୍ତି ପଥର ମାଫିଆ, ସରକାର ହରାଉଛନ୍ତି ରାଜସ୍ୱ

ନୟାଗଡ଼ : ମାତିଛନ୍ତି ପଥର ଖଣି ମାଫିଆ, ଲୁଟ ହେଉଛି ପାହାଡ଼ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଧୀନ କୋଟଗଡ଼ ମୌଜାରେ ଥିବା ପାହାଡ଼ ଏବେ ମାଟିରେ ମିଶିବାକୁ ଲାଗିଲାଣି । ଦିନ ଦ୍ବିପ୍ରହରରେ ଲଣ୍ଡା ହେଉଛି ପାହାଡ଼ । ଏ ଦୃଶ୍ୟ ହେଉଛି କୋଟଗଡ଼ ଗ୍ରାନାଇଟ ପଥର ଖଣିର ।

କୋଟଗଡ ଗ୍ରାନାଇଟ ପଥର ଖଣି 2ରେ ଦିନ ରାତି ବ୍ଳାଷ୍ଟିଙ୍ଗ କରି ପଥର ଫୁଟାଉଛନ୍ତି ଲିଜ ସୂତ୍ରରୁ ନେଇଥିବା ବ୍ୟକ୍ତି । ନିର୍ଦ୍ଧାରିତ ଠାରୁ ଢ଼େର ଅଧିକା ଖୋଳୁଛନ୍ତି ପଥର ମାଫିଆ । ଫଳରେ ଲକ୍ଷାଧିକ ଟଙ୍କାର ରାଜସ୍ୱ ଅର୍ଥ ହାନି ହେଉଛି । ଏପଟେ ମାଲାମାଲ ହେଉଛନ୍ତି ଖଣି ମାଫିଆ । ପାହାଡ଼କୁ ଏମିତି ବ୍ଲାଷ୍ଟିଂ କରୁଛନ୍ତି ଯେ ଆଉ କିଛି ଦିନ ପରେ ଏହା ଭୁଲୁଣ୍ଠିତ ହେବ । ଚାରି ପଟେ ଚାଷ ଜମି ଆଉ ମଝିରେ ଥିବା ଏହି ପାହାଡ଼କୁ ପ୍ରଶାସନ କିପରି ଲିଜ ସୂତ୍ରରେ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି l ଦିନରେ ପାହାଡ଼ ଫୁଟାଉଥିବାରୁ ଭୟରେ ଚାଷ ଜମି ମାଡୁ ନାହାନ୍ତି କୃଷକ l ଚାଷ ଜମିରେ ପଥର ପଡ଼ି ଜମି ନଷ୍ଟ ହେଉଛି l ଏପଟେ ଚାଷୀମାନେ ଏହାର ପ୍ରତିବାଦ କଲେ ଖଣି ମାଫିଆ ହତ୍ୟା ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଚାଷୀମାନେ l

ସରକାରୀ ନୀତି ନିୟମ ଫୁ କରି ବେଧଡ଼କ ଭାବେ ଡ଼ିନାମାଇଟ ଲଗାଇ ଖଣି ଫୁଟାଉଛନ୍ତି l ପ୍ରଶାସନ ଦେଇଥିବା ଅନୁମତି ଠାରୁ ଢେର ଅଧିକା ଖଣି ଖୋଳି ମାଲାମାଲ ହେଉଛନ୍ତି ମାଫିଆ l ଟ୍ରିପ ଟ୍ରିପ ହାଇୱାରେ ଚାଲାଣ ହେଉଛି ପଥର l ହେଲେ ପ୍ରଶାସନର ଲଗାମ ନାହିଁ l ଜଙ୍ଗଲୀ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି l ଏପଟେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କହିଛନ୍ତି ଯେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.