ETV Bharat / state

ଡିବି ନିଆଁ ହେଲା କାଳ, ଅଗ୍ନିକାଣ୍ଡରେ ଜଳିଗଲା 3 ବଖରା

author img

By

Published : Feb 26, 2021, 10:13 PM IST

ଡ଼ିବି ନିଆଁ ଲାଗି 3 ବଖରା ଘର ସମେତ ଗର୍ଭୁଣୀ ଗାଇ ହେଲା ଜୀବନ୍ତ ଦଗ୍ଧ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳା ପଞ୍ଚାୟତ ଦୁଧିଆ ଗାଁରେ ଘଟିଛି ଏଭଳି ଏକ ଭୟବହ ଅଗ୍ନିକାଣ୍ଡ । ଅଧିକ ପଢ଼ନ୍ତୁ...

ଡ଼ିବି ନିଆଁ ହେଲା କାଳ, ଅଗ୍ନିକାଣ୍ଡରେ ଜଳିଗଲା 3 ବଖରା ଘର

ନୟାଗଡ଼: ଡ଼ିବି ନିଆଁ ଲାଗି 3 ବଖରା ଘର ସମେତ ଗର୍ଭୁଣୀ ଗାଇ ହେଲା ଜୀବନ୍ତ ଦଗ୍ଧ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳା ପଞ୍ଚାୟତ ଦୁଧିଆ ଗାଁରେ ଘଟିଛି ଏଭଳି ଏକ ଭୟବହ ଅଗ୍ନିକାଣ୍ଡ। ଦୁଧିଆ ଗାଁର ଜନୈକ ବ୍ୟକ୍ତିଙ୍କ ଘରେ ଡିବି ନିଆଁ ଲାଗିଥିଲା। ତେବେ କୌଣସି କାରଣରୁ ଡିବି ନିଆଁ ଘରେ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ପଡ଼ୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା।

ନିଆଁର ପ୍ରୋକପ ଏତେ ଥିଲା ଯେ, ପଡ଼ୋଶୀଙ୍କ ଘର ଗୁହାଳରେ ଥିବା ଗାଈକୁ ବାହାରକୁ ଆଣିବା ମଧ୍ୟ ସମ୍ଭବ ହୋଇ ପାରିନଥିଲା। ଏହି ନିଆଁ କେବଳ ଗାଁରେ ସୀମିତ ହୋଇ ରହିନଥିଲା। ଗାଁ ପାଖ ପାହାଡ଼ରେ ନିଆଁ ବ୍ୟାପି ଯାଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ବୋଲଗଡ଼ ଅଗ୍ନିଶମ କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କରିଛନ୍ତି ।

ତେବେ ଗାଁରେ 3 ବଖରା ଘର ଓ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ବିପନ୍ନଙ୍କ ପରିବାରର କାନ୍ଦବୋବାଳିରେ ଗାଁ ଫାଟି ପଡ଼ୁଛି । କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.