ETV Bharat / state

ଯୌତୁକ ଜୁଇରୁ ଉଦ୍ଧାର ହେଲା ଅର୍ଦ୍ଧଦଗ୍ଧ ବଧୂ - ନୟାଗଡ

ଯୌତୁକ ଜୁଇରେ ଜଳିଛି ପୁଣି ଜଣେ ବଧୂ । ହେଲେ ସମ୍ପୂର୍ଣ୍ଣ ଜଳିବା ପୂର୍ବରୁ ଉଦ୍ଧାର କରିଛନ୍ତି ବଧୂଙ୍କ ପରିବାର ଲୋକେ । ଘଟଣାଟି ହେଉଛି ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ବିନୋଦପଡା ଗାଁର ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : May 20, 2019, 9:59 PM IST

ନୟାଗଡ: ଯୌତୁକ ଜୁଇରେ ଜଳିଛି ପୁଣି ଜଣେ ବଧୂ । ହେଲେ ସମ୍ପୂର୍ଣ୍ଣ ଜଳିବା ପୂର୍ବରୁ ଉଦ୍ଧାର କରିଛନ୍ତି ବଧୂଙ୍କ ପରିବାର ଲୋକେ । ଘଟଣାଟି ହେଉଛି ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ବିନୋଦପଡା ଗାଁର । ଯେଉଁଠାରେ ବଧୂର ବାପଘର ଲୋକଙ୍କୁ ନଜଣାଇ ଶାଶୁଘର ଲୋକେ ବିନୋଦପଡା ଶ୍ମଶାନରେ ବଧୂର ଶବ ସତ୍କାର କରୁଥିଲେ । କିନ୍ତୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସୂଚନା ଅନୁଯାୟୀ ବିନୋଦପଡା ଗାଁର ମନୋଜ ରାଉତ ଗତ 6 ବର୍ଷ ତଳେ ବାଙ୍କୀ ପାଟପୁର ଗାଁର ଶୁଭ୍ରକେଶୀ ସ୍ବାଇଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ତେବେ ସୋମବାର ହଠାତ୍‌ ଶୁଭ୍ରକେଶିଙ୍କ ଶବକୁ ତାଙ୍କ ଶ୍ବଶୁରଘର ଲୋକେ ବିନୋଦପଡା ଶ୍ମଶାନରେ ସତ୍କାର କରିବା ଖବର ପାଇ ବାପଘର ଲୋକେ ପହଞ୍ଚିଥିଲେ । ଶ୍ମଶାନରେ ପହଞ୍ଚି ପ୍ରଥମେ ପାଣି ପକାଇ ନିଆଁକୁ ଲିଭାଇଥିଲେ ।

ପରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଘଟଣା ପରେ ମୃତ ବଧୂଙ୍କ ସ୍ବାମୀ ଓ ଶାଶୁଘର ଲୋକେ ଫେରାର ଥିବାବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ମୃତ ଶୁଭ୍ରକେଶିଙ୍କ ବାପଘର ଲୋକଙ୍କ କହିବା ଅନୁଯାୟୀ ଯୌତୁକ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଛି । ହେଲେ ଏନେଇ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.