ETV Bharat / state

ଭୂମିହୀନଙ୍କୁ ମିଳୁନି ସରକାରୀ ସୁବିଧା; ଅଭିଯୋଗ ପରେ ସହାୟତା ପାଇଁ ବ୍ୟବସ୍ଥା

author img

By

Published : Nov 13, 2021, 7:25 AM IST

ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଗାଡିଆସାହି ପଞ୍ଚାୟତର ଉପର ଗାଡିଆ ସାହିର ଲୋକଙ୍କୁ ମିଳୁନି ପଟ୍ଟା l ଦୀର୍ଘ ଦିନ ଧରି ଉପର ଗଡିଆ ସାହିରେ ଶତାଧିକ ଲୋକେ ରହିଆସୁଛନ୍ତି l କିନ୍ତୁ ସେମାନଙ୍କ ପାଖରେ ନିଜର ପଟ୍ଟା ଖଣ୍ଡିଏ ନାହିଁ l ଅଧିକ ପଢନ୍ତୁ...

ନୟାଗଡ ଗାଡିଆସାହି
ନୟାଗଡ ଗାଡିଆସାହି

ନୟାଗଡ: ଖଣ୍ଡପଡା ବ୍ଳକ ଗାଡିଆସାହି ପଞ୍ଚାୟତର ଉପର ଗାଡିଆ ସାହିର ଲୋକଙ୍କୁ ମିଳୁନି ପଟ୍ଟା l ଦୀର୍ଘ ଦିନ ଧରି ଉପର ଗଡିଆ ସାହିରେ ଶତାଧିକ ଲୋକେ ରହିଆସୁଛନ୍ତି l କିନ୍ତୁ ସେମାନଙ୍କ ପାଖରେ ନିଜର ପଟ୍ଟା ଖଣ୍ଡିଏ ନାହିଁ l ଫଳରେ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ l ପଟ୍ଟା ନଥିବାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l

ଭୂମିହୀନଙ୍କୁ ମିଳୁନି ସରକାରୀ ସୁବିଧା;ଅଭିଯୋଗ ପରେ ସହାୟତା ପାଇଁ ବ୍ୟବସ୍ଥା

ଏହାସହ ଜାତିଗତ ପ୍ରମାଣ ପତ୍ର, ଆବାସିକ ପ୍ରମାଣ ପତ୍ର ଆଦି ପାଇବାରେ ଅନେକ ଅସୁବିଧା ହେଉଛି l ସେହିପରି ଗ୍ରାମବାସୀ ପ୍ରତ୍ୟେକ ସରକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି l ଗ୍ରାମର କୌଣସି ଲୋକଙ୍କୁ ଏଯାବତ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ମଧ୍ୟ ମିଳିପାରିନାହିଁ l ଗ୍ରାମର କୌଣସି ବ୍ୟକ୍ତିଙ୍କର ପଟ୍ଟା ଖଣ୍ଡିଏ ନଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଖଣ୍ଡପଡା ତହସିଲରେ ଏ ନେଇ ଅଭିଯୋଗ ହେବା ପରେ ତହସିଲ ପକ୍ଷରୁ ଗ୍ରାମବାସୀଙ୍କୁ ପଟ୍ଟା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.