ETV Bharat / state

ଧାନ କିଣିବା ଦାବିରେ ମଣ୍ଡି ଘେରିଲେ ଚାଷୀ - ନୟାଗଡ ଖବର

ନୟାଗଡ ଜିଲ୍ଲା ଗୋପାଳପୁରରେ ଧାନ କିଣିବା ଦାବିରେ ମଣ୍ଡିକୁ ଘେରିଲେ ଚାଷୀ । ଚାଷୀ ମାନଙ୍କ ଠାରୁ ଧାନ କିଣିବା ଦାବୀରେ ଶୋଭାଯାତ୍ରା ଓ ଧାରଣା ଦିଆଯାଇଛି l ଅଧିକ ପଢନ୍ତୁ...

farmer in nayagarh district
ଗୋପାଳପୁରରେ ଧାନ କିଣିବା ଦାବିରେ ମଣ୍ଡିକୁ ଘେରିଲେ ଚାଷୀ
author img

By

Published : Feb 26, 2021, 10:22 PM IST

ନୟାଗଡ: ଚାଷୀମାନଙ୍କ ଠାରୁ ଧାନ କିଣିବା ଦାବିରେ ଶୋଭାଯାତ୍ରା ଓ ଧାରଣା l ଏଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁରରେ l ସାତଦୋଳ ପଡିଆ ଠାରୁ ଏକ ଶୋଭାଯାତ୍ରା ବାହାରି ନିଳ କଣ୍ଠେଶ୍ବର ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନେ ଗଣଧାରଣାରେ ବସିଥିଲେ l

ଗୋପାଳପୁରରେ ଧାନ କିଣିବା ଦାବିରେ ମଣ୍ଡିକୁ ଘେରିଲେ ଚାଷୀ

ଚାଷୀ ନେତା କୁଳମଣି ପଲେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବକ୍ତାମାନେ ସରକାର ଟୋକନ ପାଇଥିବା ଚାଷୀଙ୍କ ଠାରୁ ସରକାର ମଣ୍ଡି ଜରିଆରେ ଧାନ କିଣି ନଥିବାରୁ ଚାଷୀ ଆଜି ଧାରଣା ଦେବାକୁ ବାଧ୍ୟ ହୋଇଥିବା କହିଥିଲେ l ଏଯାବତ 570 ଚାଷୀ ପଞ୍ଜିକୃତ ହୋଇଥିଲାବେଳେ 534 ଚାଷୀ ଟୋକାନ ପାଇଛନ୍ତି l ମାତ୍ର 270 ଚାଷୀ ଧାନ ବିକ୍ରି କରିଥିଲାବେଳେ ଅବଶିଷ୍ଟ ଚାଷୀ ଟୋକନ ପାଇ ମଧ୍ୟ ଧାନ ଟାର୍ଗେଟ ଆସି ନ ଥିବାରୁ ଧାନ ବିକ୍ରି ହୋଇ ପାରି ନାହିଁ l ସରକାର ଧାନ କିଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲି ରହିବ ବୋଲି ଚାଷୀ ମାନେ ଦାବି କରିଥିଲେ l

ରଣପୁର ସେବା ସମବାୟ ସମିତି ମ୍ୟାନେଜର ଜଗନ୍ନାଥ ପଳେଇ,ସୁପର ଫାଇଜର ଜୟ କୃଷ୍ଣ ସାହୁ ଓ ସମ୍ପାଦକ ସଦାଶିବ ନନ୍ଦଙ୍କୁ ଚାଷୀ ମାନେ ଘେରାଉ କରି ରଖିବା ପରେ ଉଚ୍ଚ ଅଧିକାରୀ ମାନେ ଉପଜିଲ୍ଲାପାଳ ଲଗ୍ନ ଜିତି ରାଉତଙ୍କ ସହ ଯୋଗାଯୋଗ କରିବାରେ ତୁରନ୍ତ 800 କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଅନୁମତି ଓ ଅବଶିଷ୍ଟ ଧାନ କିଣିବାର ପ୍ରତିଶୃତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।

ଏହି ଆନ୍ଦୋଳନ ରେ କୃଷକ ନେତା ହରି ମିଶ୍ର, ଶ୍ରମିକ ନେତା ସୁରେଶ ସ୍ବାଇଁ, ଗଦାଧର ପ୍ରଧାନ, ସୁଶୀଲ ମହାନ୍ତି, ନାରୀ ନେତ୍ରୀ ସଂଯୁକ୍ତା ସେଠି, ପ୍ରହଲ୍ଲାଦ ମାନସିଂହ, ବ୍ରଜ ନାୟକ, ପ୍ରମୁଖ ସାମିଲ ହୋଇଥିଲେ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.