ETV Bharat / state

ବାଇଗଣ ବୋଝେଇ ପିକଅପ୍ ଗାଡିରୁ 90 କିଲୋ ଗଞ୍ଜେଇ ଜବତ, 6 ଗିରଫ

author img

By

Published : Jun 3, 2021, 5:53 PM IST

ନୟାଗଡ଼ ଜିଲ୍ଲା ଦଶପଲ୍ଲା ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ଗୋଟିଏ ପିକଅପ ଗାଡି, ଗୋଟିଏ କାର ଜବତ ହୋଇଛି । ଅଧିକ ପଢନ୍ତୁ...

ganja-seized-in-Nayagarh-6-arrested
ବିପୁଳ ପରିମାଣର ଗଞ୍ଜେଇ ସହ 2 ଗାଡ଼ି ଜବତ : 6 ଗିରଫ

ନୟାଗଡ: ଦଶପଲ୍ଲା ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ଗୋଟିଏ ପିକଅପ ଗାଡି, ଗୋଟିଏ କାର ଜବତ ହୋଇଛି । ପିକଅପ ଗାଡିରେ ଚୋରାଚାଲାଣ ହେଉଥିବା ୯୦କିଲୋ ଗଞ୍ଜେଇକୁ ଜବତ କରିଯିବା ସହ ୬ଜଣକୁ ପୋଲିସ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ଫୁଲବାଣୀ, କନ୍ଧମାଳ ଓ ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତମାନେ ପିକଅପ ଗାଡିରେ ୩୬ବସ୍ତା ବାଇଗଣ ବୋଝେଇ କରି ଏହା ଭିତରେ ୩ଟି ବସ୍ତାରେ ୯୦ କିଲୋ ଗଞ୍ଜେଇ ଚାଲାଣ କରୁଥିଲେ ।

ଗଞ୍ଜେଇ ଚାଲାଣ ହେଉଥିବା ପିକଅପ ଭ୍ୟାନକୁ ସୁରକ୍ଷା ଦେଇ ଆଉ ଏକ କାରରେ ୪ ଜଣ ଯାଉଥିବାବେଳେ ଦୁଇଟି ଯାକ ଗାଡି ସହ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗତ ବିଳମ୍ବିତ ରାତିରେ ଥାନାଧିକାରୀ ଜୟପ୍ରକାଶ ପରିଡାଙ୍କ ସହ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ୫୭ନଂ ଜାତୀୟ ରାଜପଥ ଭୁବନେଶ୍ବର ଅଭିମୁଖେ ଯାଉଥିବା ପିକଅପ ଗାଡିଟି ପୋଲିସ ଭ୍ୟାନକୁ ଦେଖି ଫେରାର ହେବାକୁ ଚେଷ୍ଟା କରିଥିଲା ।

ପୋଲିସ ଚତୁରତାର ସହ ଚଢାଉ କରି ଦୁଇଟି ଯାକ ଗାଡି ସହ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.