ନୟାଗଡ଼: ନୟାଗଡ଼ ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ ହେବାକୁ ବସିଛି l ସେହିପରି ଅମାନିଆଙ୍କ ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି(ରବିବାର) କମ ଟେଷ୍ଟିଙ୍ଗ ହାରକୁ ନେଇ 230 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପାଖାପାଖି 3 ହଜାର ସକ୍ରିୟ ମାମଲା ରହିଥିବା ଜଣାଯାଇଛି l
ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ପରିସ୍ଥିତି ଜଟିଳ ହୋଇପଡ଼ୁଥିବା ଦେଖାଯାଇଛି l ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି l ଭାପୁର ବ୍ଲକରୁ 10, ଦଶପଲ୍ଲାରୁ 17, ଗଣିଆରୁ 29, ଖଣ୍ଡପଡାରୁ 29, ନୟାଗଡ଼ରୁ 25, ନୂଆଗାଁରୁ 48 ଏବଂ ଓଡଗାଁରୁ 27,ରଣପୁରରୁ 34 ଏବଂ ଜିଲ୍ଲା ବାହାରୁ 11 ଜଣ ଚି଼ହ୍ନଟ ହୋଇଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ