ETV Bharat / state

ନୟାଗଡ଼ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

author img

By

Published : Oct 21, 2022, 7:23 PM IST

ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ନୟାଗଡ ଜିଲ୍ଲାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା (Jan Sampark padyatra) ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ନୟାଗଡ଼ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା
ନୟାଗଡ଼ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ନୟାଗଡ: ଜିଲ୍ଲାରେ ଚାଲିଛି ବିଜେଡିର ଜନସମ୍ପର୍କ ପଦଯାତ୍ରା (Jan sampark padyatra)। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ଚାଲିଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଏନେଇ ଏଥିରୁ ବାଦ ପଡିନି ନୟାଗଡ ବିଜୁ ଜନତା ଦଳ । ନୟାଗଡରେ ଜନସମ୍ପର୍କ ପଦଯାତ୍ରାରେ ନେତୃତ୍ବ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ । ଏହି ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବାବେଳେ, ଆସନ୍ତା ନମ୍ବେଭର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ଏହି ସମୟ ମଧ୍ୟରେ ଗାଁ ଗାଁକୁ ଯାଇ ପଦଯାତ୍ରା କରୁଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ(Arun Kumar Sahoo) ।

ନୟାଗଡ଼ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ସୂଚନା ଅନୁଯାୟୀ, ନୟାଗଡ଼ ସହରରେ ବିଜୁ ଜନତା ଦଳର ଏକ ବିଶାଳ ଶୋଭାଯାତ୍ରାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଜେଡ଼ି ବହୁ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ l ଏଥିରେ ବିଧାୟକ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ l ନୟାଗଡ଼ ଜିଲ୍ଲା ଅନେକ କ୍ଷେତ୍ରରେ ଆଗୁଆ ରହିପାରିଛି l ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି କହିଛନ୍ତି l

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ ନୀତି ଯୋଗୁଁ ଲୋକେ ଅଧିକ ମାତ୍ରାରେ ଉପକୃତ ହେଉଛନ୍ତି ବୋଲି ସଭାରେ କୁହାଯାଇଛି l ତେବେ ଏହି ବିଶାଳ ପଦଯାତ୍ରାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତି ଗାଁରୁ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ l

ନିକଟରେ ଝାରସୁଗୁଡାର କିର୍ମିରା ବ୍ଲକରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଜେଡିର ଯୁବନେତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନେତୃତ୍ବରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ପଦଯାତ୍ରା କରି ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କର ଜନ କଲ୍ୟାଣକାରୀ ଯୋଜନା ପହଞ୍ଚାଉଛନ୍ତି ଦଳୀୟ ନେତା ଓ କର୍ମକର୍ତ୍ତା । ଏହି କ୍ରମରେ ବୁଧବାର ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର ୮ଟି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.