ନୟାଗଡ: ନୟାଗଡ଼ ବନଖଣ୍ଡ ଅଧୀନ ଛାମୁଣ୍ଡିଆ ବନାଞ୍ଚଳ ଅନ୍ତର୍ଗତ ବେଠିଆ ସାହିରେ ବନ ବିଭାଗ ଚଢ଼ାଉ କରି 8 କେଜି ବାରହା ମାଂସ ଜବତ କରିଛି l ଏଥିରେ ସମ୍ପୃକ୍ତି ଅଭିଯୋଗରେ ସିନ୍ଧୁଆ ବେହେରା ନାମକ ଜଣେ ଶିକାରୀକୁ ଗିରଫ କରିଛି l
ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଦୟାନିଧି ସାହୁ ଵିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ l ବିଦ୍ୟୁତ ତାର ଲଗାଇ ସିନ୍ଧୁଆ ବାରହା ଶିକାର କରିଥିବା ସୂଚନା ମିଳିଛି l ଛାମୁଣ୍ଡିଆ ଅଞ୍ଚଳରେ ବନ୍ୟା ଜନ୍ତୁଙ୍କ ଶିକାର କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି l ଏହାକୁ ରୋକିବାକୁ ଛାମୁଣ୍ଡିଆ ବନ ବିଭାଗ ତରଫରୁ ଚଢ଼ାଉ ଜାରି ରହିବା ସହ ଲୋକଙ୍କୁ ସଚେତନ କରାଯାଉଥିବା କହିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ