ନୟାଗଡ଼: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୫ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ୭ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଶିକ୍ଷକ ମାନଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷତା ପ୍ରଦାନ ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଛି । ଶିକ୍ଷକମାନେ ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଲାଭ କରିବା ପରେ ସେମାନେ ୫ଟି ବିଦ୍ୟାଳୟରେ କାର୍ଯ୍ୟରେ ଲଗାଇବେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଶିବିରରେ ଯୋଗ ଦେଇଥିଲେ ।
ଏଥିରେ ଏମ୍.ଆର.ଏସ୍.ର ପ୍ରୋଗ୍ରାମର ସୁଦର୍ଶନ ସାହୁ, ଜିଲ୍ଲା ଶିକ୍ଷା ସଂଯୋଜିକା କୃଷ୍ଣାରାଣୀ ମାଝୀ, ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ଡ.ଗିରୀଜା ଶଙ୍କର ମହାପାତ୍ର, ରଞ୍ଜନ କୁମାର ସାହୁ ପ୍ରମୁଖ ପ୍ରଶିକ୍ଷଣରେ ଯୋଗ ଦେଇଥିଲେ । ପିରାମଲ୍ ଫାଉଣ୍ଡେସନର ମୁଖ୍ୟ ସସ୍ମିତା ରଥ, ବିରେନ୍ ବିଶି କାର୍ଯ୍ୟକ୍ରମ ସହଯୋଗୀ ଭାବେ ଯୋଗ ଦେଇଥିଲେ ।
ଏହି ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନେତୃତ୍ୱ ବିକାଶ ତଥା ଡିଜିଟାଲ ଦକ୍ଷତାର ବିକାଶ ଏହି ଶିବିରର ପ୍ରଧାନ ଆଭିମୁଖ୍ୟ ବୋଲି ଦର୍ଶାଇବା ସହ ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ