ETV Bharat / state

ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଦୁଇ ବଖରା ଘର

author img

By

Published : Jun 14, 2021, 12:41 PM IST

ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଭସ୍ମୀଭୂତ, ସହାୟତା ଦାବି । ଅଧିକ ପଢନ୍ତୁ...

ସର୍ଟସର୍କିଟରୁ ଅଗ୍ନିକାଣ୍ଡ,  ଜଳିଗଲା ଦୁଇ ବଖରା ଘର
ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଦୁଇ ବଖରା ଘର

ନୟାଗଡ଼: ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳିପୋଡି ପାଉଁଶ ହୋଇଗଲା 2 ବଖରା ଘର । ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଳପଡାପାଟଣା ପଞ୍ଚାୟତ ଅନ୍ତର୍ଗତ ବିଜୟନଗର ଗ୍ରାମରେ । ଗ୍ରାମର କ୍ତା ସାହୁ ଘରକାମ କରୁଥିବାବେଳେ ଅଚାନକ ଘରେ ନିଆଁ ଲାଗିଯାଇଥିଲା । ଫଳରେ ଚାହୁଁ ଚାହୁଁ ତାଙ୍କର ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ସମସ୍ତ ଆସବାବପତ୍ର ସହ ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବାର ସୂଚନା ମିଳିଛି ।

ପୋଡି ଯାଇଥିବା ଜିନିଷର ଆନୁମାନିକ ମୂଲ୍ୟ ୫୦ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ପରିବାରଟି ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ପାଇଁ ଦାବୀ ହୋଇଛି । ମୁକ୍ତା ସାହୁ ଜଣେ ବିଧବା ମହିଳା ହୋଇଥିବା ବେଳେ ପୁଅ ଓ ବୋହୁ ମୂଲ ଲାଗିବା ପାଇଁ ବାହାରେ ରହୁଥିଲେ । ତେବେ ଏକମାତ୍ର ନାତିକୁ ଧରିଘରେ ବହୁଦୁଃଖ କଷ୍ଟରେ ଘରେ ରହୁଥିଲେ ମୁକ୍ତା । ଗତକାଲି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ପରିବାକୁ ସହାୟତା ମିଳିପାରିନାହିଁ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.