ନୟାଗଡ: ନୟାଗଡ ଜିଲ୍ଲା ରଣପୁର ସାର ବିକ୍ରୟ କେନ୍ଦ୍ରରେ କୋରୋନା ନିୟମକୁ ଫୁ କଲେ ଶତାଧିକ ଚାଷୀ । ରାତି ୩ଟା ରୁ ଚାଷୀମାନେ ଗୋଦାମ ଆଗରେ ଲମ୍ୱା ଧାଡ଼ି କରି ଠିଆ ହୋଇଛନ୍ତି ଚାଷୀ । ମୁଁହରେ ମାସ୍କ ନାହିଁ କି ସାମାଜିକ ଦୂରତା ବି ନାହିଁ । ଚାଷୀଙ୍କୁ କୋରୋନା ମହାମାରୀକୁ ଡର ବି ନାହିଁ । ତେବେ ସାର ବିକ୍ରୟ କେନ୍ଦ୍ରର କର୍ତ୍ତୃପକ୍ଷ କିଭଳି ଏ ଦିଗକୁ ଦୃଷ୍ଟି ଦେଲେ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।
ଏତେ ସଂଖ୍ୟାରେ ଚାଷୀ ଏକଜୁଟ ହେବା କୋରୋନା ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ଶତାଧିକ ଚାଷୀ ଧାଡ଼ିବାନ୍ଧି ସାର ନେବାକୁ ଲମ୍ବା ଲାଇନ କରି ଠିଆ ହୋଇଛନ୍ତି । ପୁଣି ସାମାଜିକ ଦୂରତାର କୌଣସି ପାଳନ ନାହିଁ । ମାତ୍ର ଏହା ଉପରେ କୃଷି ବିଭାଗର ନିୟନ୍ତ୍ରଣ ଦେଖିବାକୁ ମିଳୁନି। ସାର ଅଭାବ କଥା କହିଲେ କେହି ଶୁଣୁ ନଥିବା କହିଛନ୍ତି ଚାଷୀ। ଆବଶ୍ୟକ ପରିମାଣର ସାର ମିଳୁନି ଚାଷୀଙ୍କୁ । କୃଷି ମନ୍ତ୍ରୀଙ୍କ ନିଜ ଜିଲ୍ଲାର ଏପରି ଅବସ୍ଥା । ଚାଷ ପାଇଁ ସାରର ନିତାନ୍ତ ଆବଶ୍ୟକ ଥିବାରୁ କୋରୋନା ଡର ମନରେ ଥିଲେ ବି ତାହାକୁ ଭୃକ୍ଷେପ କରୁନାହାନ୍ତି ଚାଷୀ । ଏ ଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ