ETV Bharat / state

15 ନଂ ଜୋନରୁ ଲଢ଼ିବେ ଚର୍ଚ୍ଚିତ ସରପଞ୍ଚ ସୌମ୍ୟ, ପରୀ ମାମଲାରେ ହୋଇଥିଲେ ବହିଷ୍କୃତ

author img

By

Published : Jan 21, 2022, 1:25 PM IST

ନୟାଗଡ଼ରୁ 15 ନଂ ଜୋନରୁ ଲଢ଼ିବେ ଚର୍ଚ୍ଚିତ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ । ପରୀ ମାମଲାରେ ସ୍ବର ଉଠାଇ ତାଙ୍କୁ ସରପଞ୍ଚ ପଦବୀରୁ ବହିଷ୍କାର କରାଯାଇଥିଲା । ଅଧିକ ପଢନ୍ତୁ

15 ନଂ ଜୋନରୁ ଲଢ଼ିବେ ଚର୍ଚ୍ଚିତ ସରପଞ୍ଚ ସୌମ୍ୟ, ପରୀ ମାମଲାରେ ହୋଇଥିଲେ ବହିଷ୍କୃତ
15 ନଂ ଜୋନରୁ ଲଢ଼ିବେ ଚର୍ଚ୍ଚିତ ସରପଞ୍ଚ ସୌମ୍ୟ, ପରୀ ମାମଲାରେ ହୋଇଥିଲେ ବହିଷ୍କୃତ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଚର୍ଚ୍ଚିତ ଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଏବେ ଜିଲ୍ଲା ପରିଷଦ ଆସନ ପାଇଁ ଲଢ଼ିବେ । ଏଥିଲାଗି ସେ ନୟାଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ତରଫରୁ ଟିକେଟ୍‌ ପାଇ ସେ ନୟାଗଡ଼ ନିର୍ବାଚନ ମଣ୍ଡଳୀ 15 ନଂ ଜୋନରୁ ପ୍ରାର୍ଥୀ ହୋଇଛନ୍ତି ।

ସୌମ୍ୟଙ୍କ ଘର 12 ନଂ ଜୋନ ଅଧୀନ ହୋଇଥିବା ବେଳେ ସେ 15 ନଂ ଜୋନ ପାଇଁ ଲଢ଼ିବେ । 12 ନଂ ଜୋନ ପାଇଁ ବିଜେପି ତରଫରୁ ଟିକେଟ ପାଇଥିବା ସନ୍ତୋଷ ପ୍ରଧାନଙ୍କ ସହ ବୁଝାମଣା ଭିତ୍ତିରେ ସେ 15 ନଂ ଜୋନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେପି ନେତ୍ରୀ ଇରାନୀ ରାୟ ଏବଂ ବିଜେପି ସମର୍ଥକ ମାନେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ: ନୟାଗଡ଼ରେ ଚତୁର୍ଥ ଦିନରେ ୧୨୯୫ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ସୂଚନାଯୋଗ୍ୟ ପରୀ ହତ୍ୟା ମାମଲାରେ ନ୍ୟାୟ ଦାବି କରି ସ୍ବର ଉଠାଇଥିଲେ ସୋମ୍ୟ । ଶେଷରେ ତାଙ୍କୁ ଚକ୍ରବ୍ୟୁହ ସ୍ବରୂପ ଅନାସ୍ଥା ଆଗତ କରି ସରପଞ୍ଚ ପଦବୀରୁ ବହିଷ୍କାର କରାଯାଇଥିଲା । ଅନ୍ୟପଟେ ନୟାଗଡ଼ରେ ଚତୁର୍ଥ ଦିନରେ ୧୨୯୫ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲାରୁ ୧୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.