ETV Bharat / state

ଫସଲ ନଷ୍ଟ କରୁଛନ୍ତି ହାତୀ, ବନ ବିଭାଗ ସହାୟତା ଦେବାକୁ ଚାଷୀଙ୍କ ଦାବି

author img

By

Published : Jun 15, 2021, 3:56 PM IST

ବନାଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ବନବିଭାଗ ଦ୍ବାରା ଠିକ୍ ଭାବରେ ରକ୍ଷଣାବେକ୍ଷଣ ହେଉନଥିବାରୁ ଧ୍ବଂସାଭିମୁଖୀ ହେବାକୁ ବସିଛି ହାତୀ କରିଡ଼ର୍ । ଅଧିକ ପଢନ୍ତୁ...

ଫସଲ ନଷ୍ଟ କରୁଛନ୍ତି ହାତୀ, ବନ ବିଭାଗ ସହାୟତା ଦେବାକୁ ଚାଷୀଙ୍କ ଦାବୀ

ନୟାଗଡ଼: ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରେ ଏକାଧିକ ହାତୀଙ୍କୁ ସୁରକ୍ଷା ଦିଆଯାଉଛି l ଦଶପଲ୍ଲା ବ୍ଲକ ଘୁମୁସର ବନାଞ୍ଚଳକୁ ମଧ୍ୟ ଯାତାୟାତ କରିଥାନ୍ତି ବଣୁଆ ହାତୀ । ବୁଗୁଡା କଲୋନୀ ନିକଟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବନବିଭାଗ ନିର୍ମାଣ କରିଥିଲା ହାତୀ ଚଲାପଥ ରାସ୍ତା ବା ସ୍ୱତନ୍ତ୍ର କରିଡ଼ର l ଏହା ଦ୍ୱାରା ହାତୀ ଜନବସତି ଆଡ଼କୁ ନ ଆସି ନିଜ ରାସ୍ତାରେ ଯାତାୟାତ କରିଥାନ୍ତେ l କିନ୍ତୁ ବନବିଭାଗର ରକ୍ଷଣାବେକ୍ଷଣ କାରଣରୁ ଧ୍ବଂସ ହେବାକୁ ବସିଲାଣି ହାତୀ କରିଡ଼ର୍ l

ଫଳରେ ହାତୀମାନେ ଆଦିବାସୀ ଗ୍ରାମମାନଙ୍କରେ ପଶି ବହୁ କ୍ଷୟକ୍ଷତି କରୁଥିବାର ଅଭିଯୋଗ କରୁଛନ୍ତି ଗ୍ରାମବାସୀ l ଲୋକଙ୍କ ଫସଲ ଉଜୁଡିଥିବାବେଳେ ବନ ବିଭାଗ କୌଣସି ସହାୟତା ଦେଉନାହିଁ l ବହୁ କଷ୍ଟରେ ଲୋକେ ଧାନ ଆଦି ଚାଷ କରୁଛନ୍ତି l ଏହାକୁ ହାତୀ ନଷ୍ଟ କରିବା ଦ୍ୱାରା କ୍ଷତି ସହୁଛନ୍ତି ଚାଷୀ l ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.