ନୟାଗଡ଼: ଭୂମିକମ୍ପରେ ଥରିଲା ନୟାଗଡ । ଆଜି ନୟାଗଡ ଜିଲ୍ଲା ଦଶପଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି(earthquake hits nayagarh daspalla) । ଦିନ ପ୍ରାୟ 11ଟା20 ମିନିଟ୍ ସମୟରେ ଭୂମିକମ୍ପ ହୋଇଛି । କେହି କିଛି ବୁଝିବା ଆଗରୁ ଭୂମି ଥରିବାକୁ ଲାଗିଥିଲା । କେତେକଙ୍କ ଘରର ଆସବାବପତ୍ର ମଧ୍ୟ ହଲିବା ଆରମ୍ଭ କରିଥିଲା । ଯାହାଫଳରେ ଲୋକେ ଭୟରେ ଘର ବାହାରକୁ ଚାଲି ଆସିଥିଲେ ।
ଏହି ମୃଦୁ ଭୂମିକମ୍ପ ଯୋଗୁଁ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ବର୍ତ୍ତମାନ ସମୟରେ ଲୋକେ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ