ETV Bharat / state

ନୟାଗଡ ଶିଶୁ ନିଖୋଜ ଘଟଣା: ଡ୍ରଗ୍ସ ସ୍କ୍ବାର୍ଡର ତଦନ୍ତ ଆରମ୍ଭ - ସ୍ବାତୀ ଶିଶୁ ନିଖୋଜ ଘଟଣାର ତଦନ୍ତ ଆରମ୍ଭ

ନୟାଗଡ ସ୍ବାତୀ ନିଖୋଜ ଘଟଣାର ତଦନ୍ତ ଆରମ୍ଭ କଲା ଡ୍ରଗ୍ସ ସ୍କ୍ବାର୍ଡ । ଅଧିକ ପଢନ୍ତୁ...

ନୟାଗଡ ଶିଶୁ ନିଖୋଜ ଘଟଣା: ଡ୍ରଗ୍ସ ସ୍କ୍ବାର୍ଡର ତଦନ୍ତ ଆରମ୍ଭ
ବଧିପାଟଣା ସ୍ବାତୀ ଶିଶୁ ନିଖୋଜ ଘଟଣା: ଡ୍ରଗ୍ସ ସ୍କ୍ବାର୍ଡର ତଦନ୍ତ ଆରମ୍ଭ
author img

By

Published : Dec 12, 2020, 8:52 PM IST

ନୟାଗଡ: ପୁଣି ଆସିଛି ଶିଶୁ ନିଖୋଜ ଖବର । ରାଜ୍ୟରେ ପରୀ ନିଖୋଜ ଓ ମୃତ୍ୟୁ ମାମଲାର ଚର୍ଚ୍ଚା ଥମି ନ ଥିବାବେଳେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏଥର ମଧ୍ୟ ଶିଶୁ ନିଖୋଜ ମାମଲା ସେହି ନୟାଗଡରୁ ଆସିଛି । ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଛି ଡ୍ରଗ୍ସ ସ୍କ୍ବାର୍ଡ ।

ନୟାଗଡ ଶିଶୁ ନିଖୋଜ ଘଟଣା: ଡ୍ରଗ୍ସ ସ୍କ୍ବାର୍ଡର ତଦନ୍ତ ଆରମ୍ଭ

ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ସ୍ବାତୀ ନିଖୋଜ ମାମଲାର ତଦନ୍ତ ଆରମ୍ଭ କରିଛି ଡ୍ରଗ୍ସ ସ୍କାର୍ଡ । ପୋଲିସ ଉପସ୍ଥିତିରେ ତନାଘନା ଆରମ୍ଭ ହୋଇଛି l ଜିଲ୍ଲା ରଣପୁର ଥାନା ଅଧିନ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବଧିପାଟଣା ଗ୍ରାମର ସଞ୍ଜୟ କୁମାର ସାହୁ ଏବଂ ସବିତା ସାହୁଙ୍କ ୩ ବର୍ଷର ଶିଶୁକନ୍ୟା ହରପ୍ରିୟା ସାହୁ (ସ୍ଵାତି ) ଶୁକ୍ରବାର ବାଡିପଟେ ଖେଳୁଥିଲେ । ଅପରାହ୍ନ 3 ଟା ସମୟରେ ସ୍ବାତୀ ଖେଳିବାକୁ ଯାଇଥିଲେ ।

ମାତ୍ର ସ୍ବାତୀ ଆଉ ଘରକୁ ଫେରି ନଥିଲେ l ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ସ୍ବାତୀର ସନ୍ଧାନ ପାଇନଥିଲେ । ଫଳରେ ବାଧ୍ୟହୋଇ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଏକ ଡ୍ରଗ୍ସ ସ୍କ୍ବାର୍ଡ ଗଠନ କରାଯାଇ ସ୍ବାତୀଙ୍କୁ ଖୋଜାଖୋଜି କରାଯାଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.