ନୟାଗଡ଼: ଜିଲ୍ଲା ନୂଆଗାଁ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ 57 ନମ୍ବର ଜାତୀୟ ରାଜପଥ ଅବରୋଧ ସହ ଥାନା ଘେରାଉ କଲେ ନୟାଗଡ଼ ଡ୍ରାଇଭର ମହାସଙ୍ଘ । ଗାଡିରୁ ପ୍ରାୟ ୧୫ ଶହ ଲିଟର ତେଲ ଚୋରି ଅଭିଯୋଗରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଗତ ସୋମବାର ରାତିରେ ନୂଆଗାଁ ଥାନା ଅଧୀନ ମହୀପୁର ଶୁଭଲକ୍ଷ୍ମୀ ଢ଼ାବା ନିକଟରେ 4 ଟି ଟ୍ରକ ରଖି ବିଶ୍ରାମ ନେଇଥିଲେ ଡ୍ରାଇଭରମାନେ l ଏହାର ସୁଯୋଗ ନେଇ ମାତିଥିଲେ ଦୁର୍ବୃତ୍ତ l ସବୁ ଟ୍ରକରୁ ପ୍ରାୟ 15 ଶହ ଲିଟର ତେଲ ଚୋରି କରିନେଇଥିଲେ ଦୁର୍ବୃତ୍ତ l ଯାହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ l ଏନେଇ ଡ୍ରାଇଭରମାନେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା l ଅଭିଯୁକ୍ତଙ୍କୁ ଧରିବା ପରିବର୍ତ୍ତେ ଡ୍ରାଇଭରମାନଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା l
ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ନୟାଗଡ଼ ଜିଲ୍ଲାର ଶହ ଶହ ଡ୍ରାଇଭର ମିଳିତ ହୋଇ ବିଳମ୍ବିତ ରାତିରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ l 24 ଘଣ୍ଟା ମଧ୍ୟରେ ଦୁବୃର୍ତ୍ତଙ୍କୁ ଗିରଫ ସହ ଚୋରି ହୋଇଥିବା ତେଲକୁ ଫେରାଇ ଆଣିବାକୁ ପୋଲିସ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ