ETV Bharat / state

କାମରେ ଆସୁନି ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଲୋକେ ହନ୍ତସନ୍ତ - ନୟାଗଡ ପାନୀୟ ଜଳ ସମସ୍ୟା

କାମରେ ଆସୁନି ନୟାଗଡ ରଣପୁର ବ୍ଲକ ବିନୋଦପଡା ଗ୍ରାମରେ ଖନନ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ । 50 ଲକ୍ଷ ପାଣିରେ ପଡିଥିବା ଗ୍ରାମବାସୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ...

କାମରେ ଆସୁନି ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଲୋକେ ହନ୍ତସନ୍ତ

author img

By

Published : May 13, 2021, 12:02 PM IST

ନୟାଗଡ଼: ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି l ନୂଆ ନୂଆ ଜଳ ଯୋଗାଣ ପ୍ରକଳ୍ପ କରୁଛନ୍ତି ହେଲେ ଏହାର ସୁବିଧା ପାଉନାହାଁନ୍ତି ଲୋକେ l ପ୍ରାୟ 50 ଲକ୍ଷ ଟଙ୍କାର ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବିନୋଦପଡ଼ା ଗ୍ରାମରେ କରାଯାଇଛି l ମାତ୍ର ସ୍ଥାନୀୟ ବାସିନ୍ଦା ଏଥିରୁ ବୁନ୍ଦାଏ ପାଣି ପାଉନଥିବା ଅଭିଯୋଗ କରିଛନ୍ତି l

କାମରେ ଆସୁନି ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଲୋକେ ହନ୍ତସନ୍ତ

ତତ୍କାଳୀନ ରଣପୁର ବିଧାୟକ ରବି ମହାପାତ୍ର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଗାଁ ଲୋକେ ଆଶା ରଖିଥିଲେ ଯେ, ଏହି ପ୍ରକଳ୍ପରୁ ପାଣି ବୁନ୍ଦାଏ ପାଇବେ l ଗ୍ରାମବାସୀ ଗ୍ରାମରେ ଥିବା କୂପ ଏବଂ ନଳକୂପ ଉପରେ ନିର୍ଭର କରୁଛନ୍ତି l ପ୍ରକଳ୍ପ ଅଚଳ ହୋଇ ଭାଙ୍ଗିବା ଅବସ୍ଥାରେ ରହିଲାଣି l ପ୍ରକଳ୍ପ ସମୟରେ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଆଜି ଏଭଳି ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି l ପ୍ରକଳ୍ପ ଥିବା ସ୍ଥାନରେ ଭୂତଳ ଜଳ ନଥିବାରୁ ଓଭରହେଡ଼ ଟାଙ୍କିକୁ ପାଣି ଆସୁନାହିଁ l ମାଟିତଳେ ପାଣି ନଥିବାରୁ 2 ଟି ବୋରିଂ ଖୋଳିବା ବିଫଳ ହୋଇଛି l ତେବେ ପାଣି ନଥିବା ସ୍ଥାନରେ କିପରି ପ୍ରାୟ 50 ଲକ୍ଷ ଟଙ୍କାର ପ୍ରୋଜେକ୍ଟ କରାଗଲା ତାକୁ ନେଇ ସନ୍ଦେହ ଉପୁଜିଛି l ପ୍ରକଳ୍ପ ଠାରୁ ଦୂରରେ ଏକ ବୋରିଂ ଖୋଳି ପ୍ରକଳ୍ପକୁ ଜଳ ଯୋଗାଣ କରି ଏହାକୁ ଚାଲୁ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.