ନୟାଗଡ଼: ନୟାଗଡ଼ ମଜୁରିଆପଲ୍ଲୀ ଠାରେ ନିର୍ମାଣଧୀନ ପୋଲର ଆପ୍ରୋଚ ରୋଡ଼ରେ ନାଳ ପାଣି ଚାଲିବାରୁ ଖୋର୍ଦ୍ଧା- ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଛି l
ଗତକାଲି ରାତିରୁ ନୟାଗଡ଼ ମଜୁରିଆ ପଲ୍ଲୀସ୍ଥିତ ନିର୍ମାଣଧୀନ ବ୍ରିଜର ଆପ୍ରୋଚ ରୋଡ଼ରେ ନାଳପାଣି କ୍ରମଶଃ ବୃଦ୍ଧି ପାଉଥିବାବେଳେ ଆପ୍ରୋଚ ରୋଡ଼ଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି l ଫଳରେ 57 ନମ୍ବର ଖୋର୍ଦ୍ଧା - ବଲାଙ୍ଗୀର ଜାତୀୟ ରାଜପଥରେ ସ୍ବାଭାବିକ ଭାବେ ଯାତାୟାତ ବନ୍ଦ ରହିଥିବାବେଳେ ଲୋକେ ଦୀର୍ଘ ସମୟ ଧରି ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି l
ଅନ୍ୟପକ୍ଷେ ଗୋବିନ୍ଦପୁର, ଖଣ୍ଡପଡ଼ା ଓ କଳାପଥର ଆଦି ବାଇପାସ ରୋଡ଼ ଦେଇ ଲୋକେ ବର୍ତ୍ତମାନ ଯାତାୟାତ କରୁଥିବାବେଳେ ଜରୁରୀ କାଳୀନ ଭିତିରେ ନାଳପାଣି କାଟି ଅସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସୂଚନା ମିଳିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ