ETV Bharat / state

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା, ଜଙ୍ଗଲରୁ ସ୍ବାମୀ ଗିରଫ

ଯୌତୁକ ଦାବିରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ । ଶାଶୁ, ଶ୍ବଶୁର ଫେରାର୍ । ଅଧିକ ପଢନ୍ତୁ...

author img

By

Published : May 1, 2021, 4:02 PM IST

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା, ଗିରଫ ହେଲା ସ୍ବାମୀ

ନୟାଗଡ: ସ୍ତ୍ରୀକୁ ହତ୍ଯା ଅଭିଯୋଗରେ ଗିରଫ ହେଲା ସ୍ବାମୀ । ହତ୍ୟାକାଣ୍ଡ ପରେ ଫେରାର୍ ହୋଇଯାଇଥିବା ସ୍ବାମୀକୁ ଆଜି(ଶନିବାର) ନୟାଗଡର ଏକ ଜଙ୍ଗଲରୁ ଗିରଫ କରିଛି ପୋଲିସ । ସେପଟେ ମାମଲାରେ ସମ୍ପୃକ୍ତ ଶାଶୁ ଏବଂ ଶ୍ବଶୁର ଫେରାର୍ ଅଛନ୍ତି ।

ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ପଞ୍ଚାୟତ ବାଘୁଆ ଛକର ବାବୁଲି ପ୍ରଧାନ(28)ଙ୍କ ପତ୍ନୀ ଶ୍ରୀମତୀ ପ୍ରଧାନ(20)ଙ୍କ ର ମୃତ୍ୟୁ ଘଟିଥିଲା । ଏନେଇ ବାପଘର ଲୋକେ ଯୌତୁକ କାରଣରୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଉଭୟଙ୍କର 2020 ଜୁଲାଇ 12ରେ ବିବାହ ହୋଇଥିଲା । ଦାବି ମୁତାବକ ଯୌତୁକ ଦିଆଯାଇ ଥିବାବେଳେ ଅତିରିକ୍ତ 50 ହଜାର ଟଙ୍କା ପାଇଁ ଶ୍ରୀମତୀଙ୍କୁ ସବୁବେଳେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ ।

ଗତକାଲି(ଶୁକ୍ରବାର) ଏଥିପାଇଁ ଶ୍ରୀମତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଖୋଜା ଖୋଜି କରିବା ପରେ ଆଜି ଅଭିଯୁକ୍ତ ସ୍ବାମୀ ବାବୁଲିକୁ ଗିରଫ କରି ଥିବାବେଳେ ଶାଶୁ ଏବଂ ଶ୍ବଶୁର ଫେରାର୍ ଅଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.