ETV Bharat / state

ତାତିଲେ ଗ୍ରାମବାସୀ, ସରପଞ୍ଚଙ୍କ କୁଶପୁତ୍ତଳିକା ଦାହ ସହ ପିନ୍ଧାଇଲେ ଚପଲମାଳ - ମାଳିସାହି ପଞ୍ଚାୟତର ଦେଉଳି ଗ୍ରାମ

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ପଞ୍ଚାୟତର ଦେଉଳି ଗ୍ରାମରେ ସରପଞ୍ଚ ପର୍ଶୁରାମ ସ୍ବାଇଁଙ୍କ କୁଶପୁତ୍ତଳିକା ଦାହ ସହ ଚପଲମାଳ ପିନ୍ଧାଇଛନ୍ତି ଗ୍ରାମବାସୀ l ଅଧିକ ପଢନ୍ତୁ...

ତାତିଲେ ଗ୍ରାମବାସୀ, ସରପଞ୍ଚଙ୍କ କୁଶପୁତ୍ତଳିକା ଦାହ ସହ ଚପଲମାଳ ପିନ୍ଧାଇଲେ

author img

By

Published : Oct 24, 2021, 2:07 PM IST

ନୟାଗଡ଼: ସରପଞ୍ଚଙ୍କ କୁଶପୁତ୍ତଳିକା ଦାହ କଲେ ଗ୍ରାମବାସୀ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ପଞ୍ଚାୟତର ଦେଉଳି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେହି ଗ୍ରାମର ସରପଞ୍ଚ ପର୍ଶୁରାମ ସ୍ବାଇଁଙ୍କ କୁଶପୁତ୍ତଳିକା ଦାହ ସହ ଚପଲମାଳ ପିନ୍ଧାଇଛନ୍ତି ଗ୍ରାମବାସୀ l

ତାତିଲେ ଗ୍ରାମବାସୀ, ସରପଞ୍ଚଙ୍କ କୁଶପୁତ୍ତଳିକା ଦାହ ସହ ଚପଲମାଳ ପିନ୍ଧାଇଲେ

ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ, ଦେଉଳି ଗ୍ରାମବାସୀଙ୍କ ପ୍ରଚେଷ୍ଟା ଏବଂ ସରକାରଙ୍କ ଅନୁଦାନରେ ମିଳିଥିବା ଟଙ୍କାରେ ମିଳିମିଶି ଗୋଟିଏ ସାଂସ୍କୃତିକ ମଣ୍ଡପ ତିଆରି ହୋଇଥିଲା । ଆଜକୁ ତିନିଦିନ ପୂର୍ବେ ଗ୍ରାମର କିଛି ଯୁବକଙ୍କୁ ନେଇ ସରପଞ୍ଚ ପର୍ଶୁରାମ ସେହି ମଣ୍ଡପରେ ନିଜ ନାମ ଲେଖି ଏକ ଫଳକ ଲଗାଇଥିଲେ ଏବଂ ଗାଁରେ ଜାଣିଶୁଣି ଭାଇଚାରା ନଷ୍ଟ କରିବାକୁ ସରପଞ୍ଚ ଉଦ୍ୟମ କରିବା ସହ ଅଯଥା ରାଜନୀତିକରଣ କରିଥିଲେ, ଯାହାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିନଥିଲେ। ଫଳରେ ଆଜି ଗ୍ରାମବାସୀମାନେ ଏକ ବୈଠକ ଡକାଇ ସେଇ ମଣ୍ଡପରେ ଲାଗିଥିବା ଫଳକକୁ ଭାଙ୍ଗିଥିଲେ ଏବଂ ସେହି ସ୍ଥାନରେ ସରପଞ୍ଚଙ୍କ ପ୍ରତୀକାତ୍ମକ ଚିତ୍ରରେ ଚପଲମାଳ ପିନ୍ଧାଇବା ସହ କୁଶପୁତ୍ତଳିକା ଦାହ କରିଥିଲେ l

ତେବେ ଗ୍ରାମବାସୀ ମିଳିତ ହୋଇ ସରପଞ୍ଚଙ୍କ କାର୍ଯ୍ୟକୁ ବିରୋଧ କରିବା ସହ ଏଭଳି ପ୍ରତିବାଦ ଏବେ ସବୁଆଡେ ଚର୍ଚ୍ଚା ହେଉଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.