ETV Bharat / state

ମରଣଯନ୍ତା ପାଲଟିଛି ଚମ୍ପତ୍ତିପୁର ସେତୁ; ପୁନଃ ନିର୍ମାଣ ପାଇଁ ଦାବି - ବହୁ ପରାତନ ସେତୁ

ନୟାଗଡ ଜିଲ୍ଲା ରାଜସୁନାଖେଳା ଚାନ୍ଦପୁର ପୂର୍ତ୍ତ ରାସ୍ତା ଚମ୍ପତ୍ତିପୁର ସେତୁ ଏବେ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ମରଣଯନ୍ତା ପାଲଟିଛି ଚମ୍ପତ୍ତିପୁର ସେତୁ
ମରଣଯନ୍ତା ପାଲଟିଛି ଚମ୍ପତ୍ତିପୁର ସେତୁ
author img

By

Published : Mar 3, 2021, 11:40 AM IST

ନୟାଗଡ: ମରଣଯନ୍ତା ପାଲଟିଛି ଚମ୍ପତ୍ତିପୁର ସେତୁ । ଜିଲ୍ଲା ରାଜସୁନାଖଳା ଚାନ୍ଦପୁର ପୂର୍ତ୍ତ ରାସ୍ତା ଚମ୍ପତ୍ତିପୁର ସେତୁ ଏବେ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏହାକୁ ସୁଧାରିବା ବଦଳରେ ପୂର୍ତ୍ତ ବିଭାଗ କେବଳ ସଚେତନତାର ବୋର୍ଡ ମାରି ଚୁପ ରହିଛି ।

ମରଣଯନ୍ତା ପାଲଟିଛି ଚମ୍ପତ୍ତିପୁର ସେତୁ

ଚମ୍ପତ୍ତିପୁର ସେତୁଟି ବ୍ରିଟିଶ ଅମଳରୁ ରହିଛି । ଏହା ବହୁ ପରାତନ ସେତୁ । ସେତୁ ଉପରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯାତାୟାତ କରନ୍ତି । ବର୍ତ୍ତମାନ ଏହି ସେତୁ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ସେତୁଟି ଅଣଓସାରିଆ ହୋଇଥିବାରୁ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି । ସେତୁର ପୁନଃନିର୍ମାଣ କରିବା ବଦଳରେ ପୂର୍ତ୍ତବିଭାଗ ସେତୁ ବିପଦ ସଙ୍କୁଳ ଭାରିଯାନ ଯାତାୟାତ ନିଷେଧ " ଏକ ସଚେତନତାର ବୋର୍ଡ ମାରିଦେଇ କାମ ସାରିଦେଇଥିବା ଅଭିଯୋଗ ହୋଇଛି ।

ସେତୁର ଛାତ ଫାଟି ଆଁ କଲାଣି । ସେତୁର ପୁନଃନିର୍ମାଣ ପାଇଁ ବାରମ୍ବାର ଦାବି ହେବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଭାରି ଯାନକୁ ବାରଣ କରାଯାଇ ଥିଲେ ମଧ୍ୟ ଭାରିଯାନ ଯାତାୟାତ କରୁଛି l କେତେବେଳେ ଯେ ଛାତ ଭୁଷୁଡିବ ତାହା କହି ହେବ ନାହିଁ । ସେତୁଟିକୁ ତୁରନ୍ତ ନିର୍ମାଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.