ETV Bharat / state

ଅର୍ଥ ସାଜିଛି ବାଧକ, ଦିବ୍ୟାଙ୍ଗ ସୌମ୍ୟକୁ ମିଳୁନି ସରକାରୀ ସହାୟତା - ଦିବ୍ୟାଙ୍ଗଙ୍କୁ ଅର୍ଥ ସାଜିଛି ବାଧକ ମିଳୁନି ଚିକିତ୍ସା ସୁବିଧା

ଉପଯୁକ୍ତ ଚିକିତ୍ସା ମିଳିଲେ ନୂଆ ଜୀବନ ପାଇବେ ଦିବ୍ୟାଙ୍ଗ ସୌମ୍ୟ । ଅର୍ଥ ଅଭାବରୁ ହୋଇ ପାରୁନାହିଁ ଚିକିତ୍ସା। ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

disabled soumya jani need govt help
ଅର୍ଥ ସାଜିଛି ବାଧକ, ଦିବ୍ୟାଙ୍ଗ ସୌମ୍ୟକୁ ମିଳୁନି ସରକାରୀ ସହାୟତା
author img

By

Published : Dec 7, 2021, 9:29 PM IST

ନୟାଗଡ଼: ଦିବ୍ୟାଙ୍ଗଙ୍କୁ ମିଳୁନି ସରକାରୀ ସୁବିଧା l ସରକାରୀ ସୁବିଧା ମିଳିଲେ ନୂଆ ଜୀବନ ପାଇପାରିବେ ଦିବ୍ୟାଙ୍ଗ l ସବୁ ପିଲାଙ୍କ ପରି ଖେଳି ବୁଲି ହସିପାରନ୍ତେ ସେ l ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ପୋଖରୀଗୋଛା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଉଦୁଡା ଗ୍ରାମର ସୁରେନ୍ଦ୍ର ଜାନିଙ୍କ ୬ ବର୍ଷର ପୁଅ ସୌମ୍ୟ ଜେନାଙ୍କୁ ମିଳୁନି ଚିକିତ୍ସା ସେବା l

ଅର୍ଥ ସାଜିଛି ବାଧକ, ଦିବ୍ୟାଙ୍ଗ ସୌମ୍ୟକୁ ମିଳୁନି ସରକାରୀ ସହାୟତା

ଜନ୍ମରୁ ସୌମ୍ୟ ଦିବ୍ୟାଙ୍ଗ l ନାଁ କଥା କହିପାରୁଛନ୍ତି ନାଁ ଚାଲିପାରୁଛନ୍ତି l ବୟସ 8 ବର୍ଷ ହେଲାଣି ହେଲେ ଦୁନିଆ ବିଷୟରେ କିଛି ବୁଝିପାରୁନାହାନ୍ତି l ବାପା ସୁରେନ୍ଦ୍ର ଜାନି ଜଣେ ଦିନ ମଜୁରିଆ ଅଟନ୍ତି l ଯାହା ବି ଅର୍ଥ ରୋଜଗାର କରନ୍ତି ସବୁ କିଛି ପୁଅ ସୌମ୍ୟଙ୍କ ଚିକିତ୍ସାରେ ଖର୍ଚ୍ଚରେ ଚାଲିଯାଉଛି l ବାପା ସୁରେନ୍ଦ୍ର ଏବଂ ମା ତିଳୋତ୍ତମା ଜାନି ଏ ପର୍ଯ୍ୟନ୍ତ ମଧ୍ୟ ପୁଅର ଚିକିତ୍ସା ସଠିକ୍ ଭାବରେ କରି ପାରୁନାହାନ୍ତି l ଉଚ୍ଚତର ଚିକିତ୍ସା ମିଳିପାରିଲେ ଦିବ୍ୟାଙ୍ଗତା ଦୂର ହୋଇପାରନ୍ତା l କିନ୍ତୁ ଏଥିପାଇଁ ଅର୍ଥ ହିଁ ଚିକିତ୍ସାରେ ସାଜିଛି ବାଧକ l

କିଛି ଦିନ ପୂର୍ବେ ତିଳୋତ୍ତମା ଜାନିଙ୍କ ଆଉ ଗୋଟିଏ ସନ୍ତାନ ଜନ୍ମ ହୋଇଥିଲା l ମାତ୍ର ଦୁଇମାସ ପରେ ଜନ୍ମିତ ଶିଶୁଟି ଆରପାରିକୁ ଚାଲିଗଲା । ତେଣୁ ପରିବାରକୁ ଦୁଃଖ ପରେ ଦୁଃଖ ପିଛା ଛାଡ଼ୁନି l ପ୍ରଶାସନ ସୁରେନ୍ଦ୍ରଙ୍କ ପୁଅ ସୌମ୍ୟକୁ ସଠିକ୍ ଭାବେ ସାହାଯ୍ୟ ଓ ସହଯୋଗ ଯୋଗାଇଦେଲେ ସେ ଉତ୍ତମ ଧରଣର ଚିକିତ୍ସା ପାଇବା ସହ ନୂଆ ଜୀବନ ମିଳିପାରନ୍ତା l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.