ETV Bharat / state

ଦଣ୍ଡଯାତ୍ରାର ଶେଷ ଦିନ: ନିଆଁରେ ଚାଲି ବ୍ରତ ଭାଙ୍ଗିଲେ ବ୍ରତଧାରୀ - ଦଣ୍ଡଯାତ୍ରାର ଶେଷ

ଦଣ୍ଡ ଯାତ୍ରା ପାଇଁ ଉତ୍ସବ ମୁଖର ଥିଲା ନୟାଗଡ଼ ଜିଲ୍ଲା । ଗତ କିଛିଦିନ ଧରି ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ମାଆ ଦଣ୍ଡକାଳୀଙ୍କ ଦଣ୍ଡନୃତ୍ୟ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ପାରମ୍ପରିକ ରୀତିନୀତି ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ

ଦଣ୍ଡଯାତ୍ରାର ଶେଷ ଦିନରେ ନିଆଁରେ ଚାଲି ବ୍ରତ ଭାଙ୍ଗିଲେ ବ୍ରତଧାରୀ

author img

By

Published : Apr 15, 2022, 7:49 AM IST

ନୟାଗଡ଼: ଦଣ୍ଡ ଯାତ୍ରା ପାଇଁ ଉତ୍ସବ ମୁଖର ଥିଲା ନୟାଗଡ଼ ଜିଲ୍ଲା । ଗତ କିଛିଦିନ ଧରି ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ମାଆ ଦଣ୍ଡକାଳୀଙ୍କ ଦଣ୍ଡନୃତ୍ୟ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ପାରମ୍ପରିକ ରୀତିନୀତି ଆୟୋଜିତ ହୋଇଯାଇଛି । ପ୍ରତି ଗାଁରେ ଦେଖିବାକୁ ମିଳିଛି ପାରମ୍ପରିକ ଝାମୁ ଯାତ୍ରା । ମନସ୍କାମନାପୂର୍ଣ୍ଣ ପାଇଁ କେଉଁଠି ଭକ୍ତ ନିଆଁରେ ଚାଲିଛି ତ ପୁଣି କେଉଁଠି କଣ୍ଟାରେ ଚାଲିଛି । ପ୍ରାଚୀନ ଓ ପାରମ୍ପରିକ ଯାତ୍ରାକୁ ସମସ୍ତେ ଉପଭୋଗ କରିଛନ୍ତି । ଅନେକ ସ୍ଥାନ ପାରମ୍ପରିକ ନାଚ ଚାଲିଥିବା ଦେଖିବାକୁ ମିଳିଛି । ଧର୍ମୀୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ ଯାତ୍ରାକୁ ଲୋକେ ପାଳନ କରିଛନ୍ତି ।

ଦଣ୍ଡଯାତ୍ରାର ଶେଷ ଦିନରେ ନିଆଁରେ ଚାଲି ବ୍ରତ ଭାଙ୍ଗିଲେ ବ୍ରତଧାରୀ

ନୟାଗଡ଼ର ବହୁ ଗାଁରେ ଦେଖିବାକୁ ମିଳିଛି ଦଣ୍ଡ ପରମ୍ପରା l ଗତ ଦୁଇ ବର୍ଷର କୋଭିଡ କଟକଣା ଯୋଗୁଁ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଆୟୋଜିତ ହୋଇପାରୁନଥିବା ମେରୁଯାତ୍ରାକୁ ଚଳିତବର୍ଷ ଭକ୍ତମାନେ ବେଶ ଉତ୍ସାହର ସହକାରେ ମାଆଙ୍କୁ ଦର୍ଶନ କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.