ETV Bharat / state

ସମସ୍ୟା ଘେରରେ ଦଧିବାମନ ଜୀଉ ଯୁକ୍ତ ମହାବିଦ୍ୟାଳୟ

author img

By

Published : Oct 23, 2021, 10:06 AM IST

Updated : Oct 23, 2021, 10:44 AM IST

ବହୁ ସମସ୍ୟା ଦେଇ ଗତି କରୁଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା ଦଧିବାମନ ଜୀଉ +୩ ମହାବିଦ୍ୟାଳୟ । ମହାବିଦ୍ୟାଳୟ ପ୍ରତିଷ୍ଠାର ୮ ବର୍ଷ ପରେ ବି କଲେଜ ଯିବା ନାହିଁ ଏକ ସ୍ଥାୟୀ ରାସ୍ତା । ଅଧିକ ପଢନ୍ତୁ...

ସମସ୍ୟା ଘେରରେ ଦଧିବାମନ ଜୀଉ +୩ ମହାବିଦ୍ୟାଳୟ
ସମସ୍ୟା ଘେରରେ ଦଧିବାମନ ଜୀଉ +୩ ମହାବିଦ୍ୟାଳୟ

ନୟାଗଡ଼: ବହୁ ସମସ୍ୟା ଦେଇ ଗତି କରୁଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା ଦଧିବାମନ ଜୀଉ +୩ ମହାବିଦ୍ୟାଳୟ । ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ 2014 ମସିହାରୁ କଲେଜ ପ୍ରତିଷ୍ଠା ହୋଇଛି l ଗ୍ରାମାଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି l ହେଲେ କଲେଜକୁ ଯିବା ପାଇଁ ପାଦ ଚଲା ମାଟି କାଦୁଅ ରାସ୍ତା ଉପରେ ନିର୍ଭର କରିବାକୁ ପଡ଼େ ଛାତ୍ରଛାତ୍ରୀ ଏବଂ କଲେଜ ଷ୍ଟାଫମାନଙ୍କୁ। ମହାବିଦ୍ୟାଳୟ ପ୍ରତିଷ୍ଠାର ୮ ବର୍ଷ ପରେ ବି ପାଚେରି ନିର୍ମାଣ କରାଯାଇ ନାହିଁ ।

ସମସ୍ୟା ଘେରରେ ଦଧିବାମନ ଜୀଉ ଯୁକ୍ତ ମହାବିଦ୍ୟାଳୟ

ସେହିପରି ସ୍ଥାୟୀ ରାସ୍ତା ଓ ଶୌଚାଳୟ ନ ଥିବାରୁ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହା ସହ ଲାଇବ୍ରେରୀରେ ପୁସ୍ତକ କିମ୍ବା ଛାତ୍ରଛାତ୍ରୀଙ୍କ ପାଇଁ କମନ ରୁମ, ଖେଳ ଉପକରଣ, ଆବଶ୍ୟକ ଥିବା କ୍ଲାସ ରୁମ ବି ନାହିଁ l ବହୁ ସମସ୍ୟାରେ ଛନ୍ଦି ହୋଇ ରହିଛି ଏହି ମହାବିଦ୍ୟାଳୟ l ତେବେ ଏନେଇ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନ କଲେଜର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Oct 23, 2021, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.