ETV Bharat / state

କଟକ ବୀମା କମ୍ପାନୀ ଏଜେଣ୍ଟଙ୍କ ପରକୀୟା ପ୍ରୀତିରୁ ହତ୍ୟା: ପ୍ରେମିକା ସମେତ ୨ ଗିରଫ, ୨ ଫେରାର

କଟକ LIC ଏଜେଣ୍ଟଙ୍କ ହତ୍ୟା ଘଟଣାର ରହସ୍ୟ ଖୋଲିଲା । ପରକୀୟା ପ୍ରୀତିରୁ ପ୍ରେମିକକୁ ବିବାହିତା ପ୍ରେମିକା, ତାଙ୍କ ସ୍ବାମୀ, ଶ୍ବଶୁର ଓ ସ୍ବାମୀଙ୍କର ଜଣେ ବନ୍ଧୁ ବିଭତ୍ସ ଭାବେ ହତ୍ୟା କରି ଘରେ ଜାଳି ଦେବା ପରେ ପୋଡା ହାଡ଼କୁ ପୋଖରୀରେ ଫିଙ୍ଗିଦେଇଥିବା ସୂଚନା । ପ୍ରମିକା ଓ ତାଙ୍କ ସ୍ବାମୀଙ୍କ ବନ୍ଧୁ ଗିରଫ । ଏବେବି ଦୁଇ ଜଣ ଫେରାର । ଅଧିକ ପଢ଼ନ୍ତୁ

author img

By

Published : Dec 12, 2022, 10:30 PM IST

କଟକ LIC ଏଜେଣ୍ଟଙ୍କ ପରକୀୟା ପ୍ରୀତିରୁ ହତ୍ୟା: ପ୍ରେମିକା ସମେତ ୨ ଗିରଫ, ୨ ଫେରାର

ନୟାଗଡ଼: ଖୋଲିଲା କଟକ LIC ଏଜେଣ୍ଟଙ୍କ ହତ୍ୟା ରହସ୍ୟ । ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା । ପରକୀୟା ପ୍ରୀତିରୁ ପ୍ରେମିକକୁ ବିବାହିତା ପ୍ରେମିକା, ତାଙ୍କ ସ୍ବାମୀ, ଶ୍ବଶୁର ଓ ସ୍ବାମୀଙ୍କର ଜଣେ ବନ୍ଧୁ ବିଭତ୍ସ ଭାବେ ହତ୍ୟା କରି ପ୍ରଥମେ, ଜାଳି ଦେବା ପରେ ପୋଡାହାଡ଼କୁ ନେଇ ପୋଖରୀରେ ଫିଙ୍ଗିଦେଇଥିବା ସୂଚନା ।

ଦହିବରା ବେପାର ବେଳେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ

ସୂଚନା ଅନୁସାରେ ନୟାଗଡ଼ ମହୀପୁର ଅଞ୍ଚଳର ସୁନିତା ସାହୁ ସ୍ବାମୀ ଦୀପୁ ସାହୁଙ୍କ ସହ କଟକରେ ଦହିବରା ବେପାର କରୁଥିଲେ । ତେବେ ଏହି ଦହିବରା ବେପାର ବେଳେ ସୁନିତାଙ୍କର କଟକର LIC ଏଜେଣ୍ଟ ଭାବେ କାମ କରୁଥିବା ଶୈଳେନ୍ଦ୍ର ଜେନାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିବା ଆଲୋଚନା ହେଉଛି । ଯାହାକୁ ନେଇ ପୂର୍ବରୁ ଶୈଳେନ୍ଦ୍ର ଓ ଦୀପୁଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା । ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ତୁଟାଇବା ପାଇଁ ୭ ମାସ ତଳେ ଦୀପୁ ସପରିବାରେ କଟକ ଛାଡି ନିଜ ଘର ନୟାଗଡ ନୂଆଗାଁ ଚାଲିଯାଇଥିଲେ ।

ପ୍ରେମିକାଙ୍କ ମେସେଜ ପାଇ ଯାଇଥିଲେ ନୟାଗଡ଼

ଶୈଳେନ୍ଦ୍ର ମଝିରେ ମଝିରେ ପ୍ରମିକାଙ୍କୁ ଦେଖା କରିବା ପାଇଁ ନୂଆଗାଁ ଯାଉଥିବା ଶୁଣିବାକୁ ମିଳୁଛି । ତେବେ ଗତ ୨ ତାରିଖରେ ଶୈଳେନ୍ଦ୍ର କାମରେ ଯାଇ ଆଉ ଘରକୁ ଫେରି ନଥିଲେ । ଏନେଇ ଶୈଳେନ୍ଦ୍ରଙ୍କ ସ୍ତ୍ରୀ ଲାଲବାଗ ଥାନାରେ ଏତଲା ଦେଇଥିଲେ । ଲାଲବାଗ ଥାନା କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଶୈଳେନ୍ଦ୍ରଙ୍କ ମୋବାଇଲ ଟ୍ରାକିଂ କରିବା ପରେ ମୋବାଇଲ ଲୋକେସନ ନୟାଗଡ଼ ଦେଖାଇଥିଲା । ଏନେଇ କଟକ ଲାଲବାଗ ଥାନା ପୋଲିସ ଓ ନୟାଗଡ଼ ପୋଲିସ ମିଳିତ ଭାବେ ନୂଆଗାଁରେ ପହଞ୍ଚି ତଦନ୍ତ କରିଥିଲେ । ଏହି ସମୟରେ ଜଣାପଡ଼ିଥିଲା ଯେ, ପ୍ରେମିକା ଫୋନରୁ ନୂଆଗାଁ ଅଞ୍ଚଳକୁ ଆସିବା ପାଇଁ ମେସେଜ ପାଇ ପ୍ରେମିକ ଶୈଳେନ୍ଦ୍ର ନିଜର ଅନ୍ୟଜଣେ ବନ୍ଧୁଙ୍କ ସହ ନୂଆଗାଁ ମହୀପୁର ଅଞ୍ଚଳକୁ ଆସିଥିଲେ ।

ଏମିତି କରିଥିଲେ ହତ୍ୟା

ଶୈଳେନ୍ଦ୍ରଙ୍କୁ ସୁନିତା, ତାଙ୍କ ସ୍ବାମୀ ଦିପୁ, ଦିପୁଙ୍କ ବନ୍ଧୁ ସୁରିଆ ସାହୁ ଓ ଦିପୁଙ୍କର ବାପା ମିଶି ଘରେ ବିଭତ୍ସ ଭାବେ ହତ୍ୟା କରିଥିଲେ । ଶୈଳେନ୍ଦ୍ରଙ୍କ ମୁଣ୍ଡକୁ ଲୁହାରଡରେ ପିଟି ହତ୍ୟା କରିଥିବା ଜଣାପଡ଼ିଛି । ପରେ ପ୍ରମାଣ ନଷ୍ଟପାଇଁ ମୃତଦେହକୁ ପୋଡିବା ପରେ ହାମରରେ ପୋଡ଼ା ହାଡ଼କୁ ଗୁଣ୍ଡ କରିଥିଲେ । ଏହାପରେ ନିକଟସ୍ଥ ପୋଖରୀରେ ଦେହାବଶେଷ ଫିଙ୍ଗି ଦେଇଥିଲେ । ତେବେ ଏନେଇ ନୟାଗଡ଼ ପୋଲିସ ସୁନିତା ସାହୁ ଓ ସୁରିଆ ସାହୁଙ୍କୁ ଗିରଫ କରିଥିବା ବେଳେ ସୁନିତାଙ୍କ ସ୍ବାମୀ ଓ ଶ୍ବଶୁର ଫେରାର ରହିଛନ୍ତି । ତେବେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ଦ୍ବାରା କ୍ରାଇମସିନ ରିକ୍ରିଏସନ କରିବା ସହ ଛାନଭିନ ଚଳାଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.