ନୟାଗଡ଼: ଖଣ୍ଡପଡ଼ାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା । ଖଣ୍ଡପଡାବାସୀ ବିଦ୍ୟୁତ ସେବା ପାଇବାରେ ବାରମ୍ବାର ସମସ୍ୟାର ସମ୍ମୁଖୀନ ହେଉଥିଲେ । ମନଇଚ୍ଛା ଲାଇନ କାଟିବା ଫଳରେ ଲୋକମାନେ ହନ୍ତସନ୍ତ ହେଉଥିଲେ ।
ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବି ନେଇ ଭାରତୀୟ ବିକାଶ ପରିଷଦ ଦୀର୍ଘ ୨୮ଦିନ ଧାରଣା ଦେବା ପରେ ସ୍ଥଗିତ ରହିଛି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସାମୟିକ ଭାବେ ସଠିକ ବିଦ୍ୟୁତ ସେବା ମିଳିଥିବାରୁ କିଛି ଦିନ ପାଇଁ ଗଣଧାରଣାକୁ ସ୍ଥଗିତ ରଖାଯାଇଛି । ଖଣ୍ଡପଡ଼ାରେ ତୁରନ୍ତ ସ୍ଥାୟୀ ବିଦ୍ୟୁତ ସେବା ଯୋଗାଇ ଦିଆ ନଗଲେ ପୁନର୍ବାର ଧାରଣା ଦିଆଯିବ ବୋଲି ସୂଚନା ମିଳିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ