ନୟାଗଡ଼:ନୂଆବର୍ଷରେ ନୂଆ ଆଶା ଆକାଂକ୍ଷା ନେଇ ସଭିଏଁ 2021କୁ ସ୍ବାଗତ କରିଛନ୍ତି l ଏଥିପାଇଁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କୋଟପୋଖରୀ ସ୍ଥିତ ପ୍ରସିଦ୍ଧ ବାବା ବାଙ୍କନିଧି ଦେବଙ୍କ ପୀଠରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଭିଡ଼ । କୋରୋନା କଟକଣା ମଧ୍ୟରେ ୨୦୨୦କୁ ବିଦାୟ ଦେଇ ୨୦୨୧କୁ ସ୍ବାଗତ କରିଛନ୍ତି ସଭିଏଁ l କେବଳ ଏହି ପୀଠରେ ନୁହେଁ ନୟାଗଡ଼ର ବହୁ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି l କୌଣସି ସ୍ଥାନରେ ଲୋକେ କୋଭିଡ଼ ନିୟମକୁ ପାଳନ କରୁଥିବା ଦେଖିବାକୁ ମିଳିନାହିଁ ।
ନୟାଗଡ଼ ବହୁ ପର୍ଯ୍ୟଟନ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ କୋରୋନା ଯୋଗୁଁ ନୂଆ ବର୍ଷର ସ୍ବାଗତ ସେତେଟା ଜାକଜକମର ସହିତ ଆରମ୍ଭ ହୋଇନଥିଲେ ମଧ୍ୟ ଏହି ନୂଆବର୍ଷ ଭଲରେ କଟୁ ବୋଲି ଆଶା କରି ମନ୍ଦିରରେ ଦୀପ ଜାଳିଛନ୍ତି ଶ୍ରଦ୍ଧାଳୁ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ