ETV Bharat / state

କୋଭିଡ଼ ନିୟମର ଖୋଲାଖୋଲି ଉଲଙ୍ଘନ: ଶତାଧିକ ଲୋକଙ୍କୁ ନେଇ ବିବାହ ଉତ୍ସବ ପାଳନ

author img

By

Published : Jul 4, 2021, 7:52 PM IST

କୋରେନା ନିୟମ ଉଲ୍ଲଙ୍ଘନ ସହ ଅଞ୍ଚଳର ଶତାଧିକ ଲୋକମାନଙ୍କୁ ନେଇ ଚାଲିଥିଲା ବିବାହ ଉତ୍ସବ । କୋଭିଡ ଗାଇଡ ଲାଇନ ଭାଙ୍ଗିବା ଅଭିଯୋଗରେ 20 ହଜାର ଟଙ୍କା ଫାଇନ କାଟିଥିବା ନେଇ ପ୍ରକାଶ କରିଛନ୍ତି ଚାନ୍ଦପୁର ଥାନାଧିକାରୀ ଅଧିକ ପଢନ୍ତୁ...

କୋଭିଡ଼ ନିୟମର ଖୋଲାଖୋଲି ଉଲଙ୍ଘନ: ଶତାଧିକ ଲୋକଙ୍କୁ ନେଇ ବିବାହ ଉତ୍ସବ ପାଳନ
କୋଭିଡ଼ ନିୟମର ଖୋଲାଖୋଲି ଉଲଙ୍ଘନ: ଶତାଧିକ ଲୋକଙ୍କୁ ନେଇ ବିବାହ ଉତ୍ସବ ପାଳନ

ନୟାଗଡ଼: କୋଭିଡ଼ ନିୟମ ଉଲଙ୍ଘନ କରି ହୋଟେଲରେ ପାଳନ ହେଲା ବିବାହ ଉତ୍ସବ । ପ୍ରାୟ 1ହଜାର ଲୋକଙ୍କୁ ନେଇ ପାଳିତ ହେଉଥିଲା ଏହି ଉତ୍ସବ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ ନିକଟରେ ଥିବା ହୋଟେଲ୍ ପରିସରରେ । ଏହି ହୋଟେଲରେ ଧୁମଧାମରେ ପାଳିତ ହେଉଥିଲା ବିବାହ ଉତ୍ସବ ।

ଟାଙ୍ଗୀର ଜନୈକ ଯୁବକଙ୍କ ବିବାହ ଉତ୍ସବ ଚାଲିଥିଲାବେଳେ କୋଭିଡ ନିୟମକୁ ଫୁ କରି ବିନା ଅନୁମତିରେ ହୋଇଥିଲା ବାହାଘର । ଅନେକ ଲୋକଙ୍କ ମୁହଁରେ ମାସ୍କ ନଥିଲା କି ପାଳନ କରାଯାଇନଥିଲା ସାମାଜିକ ଦୂରତ୍ବ ନିୟମ । ଉକ୍ତ ହୋଟେଲର ମାଲିକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସରପଞ୍ଚ ବିଷ୍ଣୁପ୍ରିୟା ବଳିୟାରସିଂହଙ୍କ ସ୍ଵାମୀ ପୀୟୂଷ ପରିଡ଼ା ।

କୋଭିଡ଼ ନିୟମ ଭାଙ୍ଗି ବିବାହ ଉତ୍ସବ କରୁଥିବା ନେଇ ଭିଡ଼ିଓ ଭାଇରାଲ ହେବା ପରେ ଚାନ୍ଦପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି । ପୋଲିସ 20 ହଜାର ଟଙ୍କା ଫାଇନ କାଟିଥିବା ନେଇ ଚାନ୍ଦପୁର ଥାନାଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.