ETV Bharat / state

ସାତକୋଶିଆ ଅଭୟାରଣ୍ୟରେ 15ରୁ ବାଘ, 20ରୁ ତୃଣଭୋଜୀ ପ୍ରାଣୀ ଗଣନା ଆରମ୍ଭ

author img

By

Published : Dec 14, 2021, 10:06 AM IST

ନୟାଗଡ଼ ସାତକୋଶିଆ ଅଭୟାରଣ୍ୟ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ସମସ୍ତ ବନାଞ୍ଚଳରେ 15 ତାରିଖ ଅର୍ଥାତ ଆସନ୍ତାକାଲି(ବୁଧବାର) ଠାରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇ 17 ତାରିଖ ପର୍ଯ୍ୟନ୍ତ ଚାଲିବ l ଅଧିକ ପଢନ୍ତୁ

ସାତକୋଶିଆ ଅଭୟାରଣ୍ୟରେ 15ରୁ ବାଘ, 20ରୁ ତୃଣଭୋଜୀ ପ୍ରାଣୀ ଗଣନା ଆରମ୍ଭ
ସାତକୋଶିଆ ଅଭୟାରଣ୍ୟରେ 15ରୁ ବାଘ, 20ରୁ ତୃଣଭୋଜୀ ପ୍ରାଣୀ ଗଣନା ଆରମ୍ଭ

ନୟାଗଡ଼: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା । ନୟାଗଡ଼ ସାତକୋଶିଆ ଅଭୟାରଣ୍ୟ(Satkosia Sanctuary) ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ସମସ୍ତ ବନାଞ୍ଚଳରେ 15 ତାରିଖ ଅର୍ଥାତ ଆସନ୍ତାକାଲି(ବୁଧବାର) ଠାରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇ 17 ତାରିଖ ପର୍ଯ୍ୟନ୍ତ ଚାଲିବ l

ସେହିପରି ଆସନ୍ତା 20 ତାରିଖରୁ 23 ତାରିଖ ମଧ୍ୟରେ ତୃଣଭୋଜୀ ପ୍ରାଣୀମାନଙ୍କ ଗଣନା କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି l ଏନେଇ ସମ୍ପୃକ୍ତ ବନ ବିଭାଗ ତରଫରୁ ନିର୍ଦେଶନାମା ପ୍ରକାଶ ପାଇବା ପରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟର ବନ କର୍ମଚାରୀ ତତ୍ପରତା ପ୍ରକାଶ ଦେଖାଇଛନ୍ତି l ବିଶେଷ କରି ବନ କର୍ମଚାରୀମାନେ ବାଘ ଗଣନା ସମୟରେ ବାଘ କିମ୍ବା ବାଘର ମଳ ବା ରାମ୍ପୁଡା ଏବଂ ପାଦଚି଼ହ୍ନ ଦେଖି ଗଣନା କରିବେ l

ଏହି କାର୍ଯ୍ୟକ୍ରମରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳର 11ଟି ବିଟ ଅଞ୍ଚଳରେ 9 ଜଣ ବନ କର୍ମଚାରୀ ଏବଂ ଅନ୍ୟ ଅସ୍ଥାୟୀ କର୍ମଚାରୀମାନେ ନିୟୋଜିତ ରହିବେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.