ETV Bharat / state

ରାସ୍ତା କାମରେ ଦୁର୍ନୀତି, ନିର୍ମାଣ ନ ସରୁଣୁ କଂକ୍ରିଟ ଫାଟି ଆଁ

author img

By

Published : Jul 15, 2021, 12:32 PM IST

Updated : Jul 15, 2021, 7:25 PM IST

ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ବ୍ୟାପକ ଦୁର୍ନୀତି l ଅବଧି ଠାରୁ ଅଧିକ ଦିନ ହେଲାଣି କିନ୍ତୁ କାମ ସରି ପାରୁନି । କାମ ନ ସରୁଣୁ ଫାଟି ଆଁ କଲାଣି କଂକ୍ରିଟ ରୋଡ l ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ l ଅଧିକ ପଢନ୍ତୁ...

ରାସ୍ତା କାମରେ ଦୁର୍ନୀତି,  ନିର୍ମାଣ ନ ସରୁଣୁ ଫାଟିଲାଣି କଂକ୍ରିଟ ଢଳେଇ

ନୟାଗଡ଼: ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ବ୍ୟାପକ ଦୁର୍ନୀତି l କାମ ନ ସରୁଣୁ ଫାଟି ଆଁ କଲାଣି କଂକ୍ରିଟ ଢଳେଇ l ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ l ARSS କମ୍ପାନୀ ବର୍ତମାନ ରାଜସୁନାଖଳା ଦେଇ ଯାଇଥିବା ଜାତୀୟ ରାଜପଥ ସମ୍ପ୍ରସାରଣ କାମ କରୁଛି l ଅବଧି ଠାରୁ ଅଧିକ ଦିନ ହେଲାଣି କିନ୍ତୁ କାମ ସରି ପାରୁନି । ପୁଣି କାମ ଚାଲିଥିବା ବେଳେ ଫାଟି ଆଁ କଲାଣି କଂକ୍ରିଟ l ରାଜସୁନାଖଳା ବଜାର ଅଞ୍ଚଳରେ ପ୍ରିୟାପ୍ରୀତି ପୋଷଣ କରି ଡ୍ରେନ ସୀମା ନିର୍ଦ୍ଧାରଣ ହୋଇଥିବା ଅଭିଯୋଗ ହୋଇଛି l

ରାସ୍ତା କାମରେ ଦୁର୍ନୀତି, ନିର୍ମାଣ ନ ସରୁଣୁ କଂକ୍ରିଟ ଫାଟି ଆଁ

ରାସ୍ତାରେ ପିଚୁ ପଡିବା ପୂର୍ବରୁ ମେଣ୍ଟାଲ ପକାଇବାକୁ ଏଷ୍ଟିମେଟ ଥିବା ବେଳେ ପୁରୁଣା ରାସ୍ତାରେ ପିଚୁ ପକାଇବାକୁ ଉଦ୍ୟମ କରିଥିଲା କମ୍ପାନୀ l ହେଲେ ବିରୋଧ କରିଥିଲେ ସ୍ଥାନୀୟ ଅଧିବାସୀ । ସେପଟେ ପ୍ରାଇମର ବଦଳରେ କଳା ରଙ୍ଗ ପକାଇ ରାସ୍ତାକାମ କରାଯାଇଛି ଏବଂ ଢଳେଇ ପାଇଁ ଯେତିକି ରଡ୍ ବ୍ୟବହାର କରିବା କଥା ତା ଠାରୁ କମ ବ୍ୟବହାର ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ l ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି କାମ କରାଯାଉଛି l ରାସ୍ତା କାମ ବିଳମ୍ବକୁ ନେଇ ପୂର୍ବରୁ ଜାତୀୟ ରାଜପଥକୁ ସ୍ଥାନୀୟ ଅଞ୍ଚଳବାସୀ ଅବରୋଧ କରିଥିଲେ l

ଜାତୀୟ ରାଜପଥ କାମରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ l Arss କମ୍ପାନୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପୁଣି ରାଜରାସ୍ତା ଅବରୋଧ କରିବେ ବୋଲି ଲୋକେ କହିଛନ୍ତି l ଅନ୍ୟପକ୍ଷରେ କମ୍ପାନୀ ନାଁରେ ଏନସିଆରବୁକ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ ନିର୍ବାହୀ ଯନ୍ତ୍ରୀ ଅଜିତ ମହାପାତ୍ର l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jul 15, 2021, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.