ETV Bharat / state

ଆମ୍ବ ବଗିଚା ଓ ଜଳ ଅମଳ ପ୍ରକଳ୍ପ ନାଁରେ 30 ଲକ୍ଷ ଟଙ୍କା ଆତ୍ମସାତ, ଭିଜିଲାନ୍ସ ତଦନ୍ତ ଦାବି

author img

By

Published : Aug 31, 2022, 12:49 PM IST

ନୟାଗଡ ଜିଲ୍ଲା ଆମ୍ଭ ବଗିଚାରେ ଚାରାରୋପଣ ଏବଂ ବର୍ଷା ଜଳ ଅମଳ ପ୍ରକଳ୍ପ ଯୋଜନା ନାଁରେ ପ୍ରାୟ 30 ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଭିଜିଲାନ୍ସ ତଦନ୍ତ ଦାବି ଉଠିଛି । ଅଧିକ ପଢନ୍ତୁ

ଆମ୍ବ ବଗିଚା ଓ ଜଳ ଅମଳ ପ୍ରକଳ୍ପ ନାଁରେ 30 ଲକ୍ଷ ଟଙ୍କା ଆତ୍ମସାତ

ନୟାଗଡ: ଆମ୍ବ ବଗିଚା, ଜଳ ଅମଳ ପ୍ରକଳ୍ପ ନାଁରେ 30 ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି । ନୟାଗଡ ଜିଲ୍ଲା ଆମ୍ବ ବଗିଚାରେ ଚାରାରୋପଣ ଏବଂ ବର୍ଷା ଜଳ ଅମଳ ପ୍ରକଳ୍ପ ଯୋଜନା ନାଁରେ ପ୍ରାୟ 30 ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଛି । ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛି କଂଗ୍ରେସ । ଏ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଦାଵିପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲା ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଉତ୍ତର ପାର୍ଶ୍ବ ରାଜ୍ୟ ରାଜପଥ କଡରେ ଜଙ୍ଗଲ ବିଭାଗର ବିନା ଅନୁମତିରେ ଏକ ଆମ୍ବ ବଗିଚା କରାଯାଇଛି । ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ନାମରେ ଏକ ଆମ୍ବ ବଗିଚା ଓଡଗାଁ ଏନ୍ଏସି ପକ୍ଷରୁ କରାଯାଇଛି । ଏହି ଜମି ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ ଯୋଜନା ନାଁରେ ମଧ୍ୟ ନିମ୍ନ ମାନର କାର୍ଯ୍ୟ କରାଯାଇ ଏବଂ ଚାରାରୋପଣରେ ମିଥ୍ୟା ବିଲ୍ କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଛି l

ସୂଚନା ଫଳକରେ ୪୮୦୦ ଚାରାରୋପଣ କରାଯାଇଥିବା ଉଲ୍ଲେଖ ଥିବା ବେଳେ ବାସ୍ତବରେ ୫୦୦ ଭିତରେ ଚାରା ରୋପଣ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି ଏବଂ କେତେ ଟଙ୍କା ବ୍ୟୟ ହୋଇଛି, ତାହା ସୂଚନା ଫଳକରେ ଲଗାଯାଇ ନାହିଁ । ତେଣୁ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରି ଜଣେ ସମାଜସେବୀ, ପରିବେଶବିତ୍,ଏବଂ ସଚ୍ଚୋଟ ବ୍ୟକ୍ତିତ୍ବଙ୍କ ନାମ ବ୍ୟବହାର କରି ଓଡ଼ଗାଁ ଏନ୍ଏସି କର୍ତ୍ତୃପକ୍ଷ ସ୍ଥାନୀୟ ନେତାଙ୍କ ଛତ୍ରଛାୟାରେ ୩୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ।

ଏହା ସହ ଘଟଣାକୁ ନିନ୍ଦା କରି ପ୍ରଫେସର ରାଧାମୋହନଙ୍କ ନାଁରେ ମିଳିମିଶି ୩୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହରିଲୁଟ କରି ଓଡ଼ଗାଁ ଜନସାଧାରଣଙ୍କ ଭାବାବେଗକୁ କୁଠାରଘାତ କରାଯାଇଥିବା କହିଛି କଂଗ୍ରେସ । ଦୁର୍ନୀତିକୁ ନେଇ ଓଡଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ ପ୍ରତିବାଦ କରି ସୋସିଆଲ ମିଡ଼ିଆରେ ସ୍ବର ଉଠାଇଛନ୍ତି l ଶାସକ ଦଳ ନିଜ ଦୋଷ ଲୁଚାଇବା ପାଇଁ ଏନ୍ଏସିର ୩ଜଣ ମହିଳାଙ୍କୁ ପ୍ରବର୍ତ୍ତାଇ ଛାତ୍ର କଂଗ୍ରେସ ସଭାପତିଙ୍କ ନାଁ ରେ ମିଥ୍ୟାରୋପ କରାଯାଇଥିବା ଅଭିଯୋଗ ହୋଇଛି।

ଏହା ବି ପଢନ୍ତୁ...make-in-odisha conclave ପାଇଁ ଦିଲ୍ଲୀ ଗସ୍ତରେ ନବୀନ, ସମାଲୋଚନା କଲା BJP

ଚାରା ରୋପଣ ନାଁରେ ଏବଂ ବର୍ଷାଜଳ ଅମଳ ପ୍ରକଳ୍ପ ଯୋଜନା ନାଁରେ ଆତ୍ମସାତ କରାଯାଇଥିବା ସରକାରୀ ଅର୍ଥରାଶିର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାଶ ଓଡ଼ଗାଁ ବ୍ଳକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତାଙ୍କ ସହ ବ୍ଳକ କଂଗ୍ରେସ ଉପସଭାପତି ଆଇନଜୀବୀ ବିଭୂତି ରାଉତ, ଛାତ୍ର କଂଗ୍ରେସ ବ୍ଳକ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଜ୍ୟୋତି ରଞ୍ଜନ ଦାଶ, ନିରଞ୍ଜନ ପାତ୍ର ପ୍ରମୁଖ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.