ନୟାଗଡ: ଭାପୁର ଅଧ୍ୟକ୍ଷା-ଉପାଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ଅଧ୍ୟକ୍ଷାଙ୍କ ଜାଲ ଦସ୍ତଖତ କରି କୋଟି କୋଟି ଟଙ୍କା ହଡ଼ପ କରାଯାଇଥିବା ନେଇ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଗତ ଜୁଲାଇ 11 ତାରିଖରେ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଉପାଧ୍ୟକ୍ଷ ଗୟାଧର ପରିଡ଼ା ଏବଂ ତାଙ୍କ 2 ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା l ସେମାନଙ୍କୁ ଗିରଫ କରିବା ପାଇଁ ରାଜ୍ୟ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ନୟାଗଡ଼ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l
ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଏସପି ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଛି l ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି l ଏନେଇ ଉପାଧ୍ୟକ୍ଷ ଗୟାଧର ପରିଡ଼ା ମୁହଁ ଖୋଲିଛନ୍ତି l ତାଙ୍କ ବିରୋଧରେ କରାଯାଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି l ସମସ୍ତ ପ୍ରକାର ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି l
ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ