ETV Bharat / state

'ପରୀ ରଥ'କୁ ବନ୍ଦ ପ୍ରତିବାଦରେ ନୟାଗଡ଼ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ - ନୟାଗଡରେ କଂଗ୍ରେସର ସମ୍ବାଦିକ ସମ୍ମିଳନୀ

ପରୀ ପାଇଁ ନ୍ୟାୟ ଦାବି କରି ବୁଲୁଥିବା "ପରୀ ରଥ" ବନ୍ଦ ପ୍ରତିବାଦରେ ନୟାଗଡ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

"ପରୀ ରଥ"କୁ ବନ୍ଦ ପ୍ରତିବାଦରେ ନୟାଗଡ଼ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

author img

By

Published : Dec 16, 2020, 10:56 PM IST

ନୟାଗଡ଼: ପରୀ ରଥକୁ ବନ୍ଦ ପ୍ରତିବାଦରେ ନୟାଗଡ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଜିଲ୍ଲା କଂଗ୍ରେସ ପକ୍ଷରୁ ବହୁଚର୍ଚ୍ଚିତ ପରୀ ଏବଂ ସ୍ବାତୀ ଉଭୟଙ୍କ ନ୍ୟାୟ ଦାବି ସହ କୁନିକୁନି ଶିଶୁମାନଙ୍କୁ ସୁରକ୍ଷା ଦେବା ଘଟଣାକୁ ନେଇ ବୁଧବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ଜିଲ୍ଲା ପ୍ରଭାରୀ ନିଶିକାନ୍ତ ମିଶ୍ର, ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ସହ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

"ପରୀ ରଥ"କୁ ବନ୍ଦ ପ୍ରତିବାଦରେ ନୟାଗଡ଼ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛି । ପରୀ ନାଁ ଶୁଣିଲେ ସରକାର ଡରି ଯାଉଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କୁ କାହିଁକି ଏ ଯାଏଁ ବହିଷ୍କାର କରାଯାଇନି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପରୀ ପାଇଁ ନ୍ୟାୟ ଦାବି କରି ବୁଲୁଥିବା "ପରୀ ରଥ"କୁ ଜିଲ୍ଲା ପ୍ରଶାସନ ଜାଣିଶୁଣି ବନ୍ଦ କରିଛି । ଯାହା ଏକ ନିନ୍ଦନୀୟ ଘଟଣା । ପରୀ ହତ୍ୟାକାଣ୍ଡକୁ ଦିଗହରା କରିଥିବା ଆଇଆଇସି ଏବଂ ଏସଡିପିଓ ଉପରେ କେବଳ କାର୍ଯ୍ୟାନୁଷ୍ଠାନ ନିଆଗଲେ ହେବ ନାହିଁ ବରଂ ଏସପିଙ୍କ ବିରୁଦ୍ଧରେ ମଧ୍ୟ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ପରୀକୁ ନ୍ୟାୟ ଏବଂ ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ନ ଦେଲା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.