ETV Bharat / state

ନୟାଗଡ଼ ବସଷ୍ଟାଣ୍ଡରେ କୃଷିମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ବସଷ୍ଟାଣ୍ଡରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି  ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Jun 30, 2019, 3:20 PM IST

Updated : Jun 30, 2019, 3:55 PM IST

ନୟାଗଡ: କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ବସଷ୍ଟାଣ୍ଡରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ମନ୍ତ୍ରୀଙ୍କର ଏହି ଅଭିନବ ଉପାୟକୁ ସମସ୍ତେ ପସନ୍ଦ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନିର୍ବାଚନ ପରେ ସାଧାରଣଲୋକଙ୍କ ସମସ୍ୟା ସମାଧାନ କରିବେ ବୋଲି ଚଳିତ ନିର୍ବାଚନ ଅବସରରେ ପ୍ରତିଶ୍ରୁତି ଦେଇଥିଲେ । ଆଉ ଆଜି ତାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଥିଲା ନୟାଗଡ଼ ବସଷ୍ଟାଣ୍ଡରେ । ସକାଳୁ ନୟାଗଡ଼ ବିଧାୟକ ଚୌକି ପକେଇ ବସଷ୍ଟାଣ୍ଡରେ ବସିଥିଲେ । ଜଣକ ପରେ ଜଣେ ଆସି ତାଙ୍କ ନିକଟରେ ଅଭିଯୋଗ କରୁଥାନ୍ତି । ଅଭିଯୋଗ ଅନୁସାରେ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ଚିଠି କରିଛନ୍ତି ମନ୍ତ୍ରୀ । ସେ ସକାଳ ଆଠରୁ ଦିନ ବାରଟା ପର୍ଯ୍ୟନ୍ତ ଲୋକଙ୍କ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହିକ୍ରମରେ ପ୍ରାୟ ଦୁଇଶହରୁ ଅଧିକ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସାଧାରଣ ବସଷ୍ଟାଣ୍ଡରେ ଏହିଭଳି ଅଭିଯୋଗ ଶୁଣୁଥିବାରୁ ଜନସାଧାରଣ ଖୁସିଥିବା ଦେଖିବାକୁ ମିଳିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:
Last Updated : Jun 30, 2019, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.