ନୟାଗଡ଼: ସ୍ଵାତୀ ଗାଁରେ ଶିଶୁ ସୁରକ୍ଷା ଅଧିକାରୀ। ନୟାଗଡ ଶିଶୁ ଗାଁରେ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗର ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଅଧିକାରୀମାନେ ସ୍ଵାତୀର ପରିବାରକୁ ଭେଟିବା ସହ ମୃତଦେହ ମିଳିଥିବା ସ୍ଥାନ ବୁଲି ଦେଖୁଛନ୍ତି l
ପ୍ରକାଶ ଥାଉକି, ବୁଧବାର ସ୍ଵାତୀର ମୃତଦେହ ପରିବାରକୁ ହସ୍ତାନ୍ତର କରିଥିଲା ପୋଲିସ l ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବଧିପାଟଣା ଗ୍ରାମର ସଞ୍ଜୟ କୁମାର ସାହୁ ୩ ବର୍ଷର ଶିଶୁ କନ୍ୟା ହରପ୍ରିୟା ସାହୁ (ସ୍ଵାତୀ) ନିଖୋଜ ହୋଇଥିଲା l 5 ଦିନ ଦିନ ଗାଁର ଏକ ପରିତ୍ୟକ୍ତ ପୋଖରୀରୁ ସ୍ଵାତୀର ମୃତଦେହ ମିଳିଥିଲା l ସ୍ଵାତୀକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ