ETV Bharat / state

15 ଖଣି ମାଫିଆଙ୍କ ତାଲିକା ପ୍ରସ୍ତୁତ କଲା ଚାନ୍ଦପୁର ଥାନା ପୋଲିସ - ଖଣି ମାଫିଆ

ଖଣି ମାଫିଆଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଲେ ନୟାଗଡ଼ ଚାନ୍ଦପୁର ଥାନା ପୋଲିସ । ଏନେଇ 15 ଖଣି ମାଫିଆଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...

15 ଖଣି ମାଫିଆଙ୍କ ତାଲିକା ପ୍ରସ୍ତୁତ କଲା ଚାନ୍ଦପୁର ଥାନା ପୋଲିସ: ହେବ କାର୍ଯ୍ୟାନୁଷ୍ଠାନ

author img

By

Published : May 1, 2021, 4:50 PM IST

ନୟାଗଡ଼: ଏଥର ଆଉ ନିସ୍ତାର ନାହିଁ । ଖଣି ମାଫିଆଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଲେ ନୟାଗଡ଼ ଚାନ୍ଦପୁର ଥାନା ପୋଲିସ। ଏନେଇ 15 ଖଣି ମାଫିଆଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ତେବେ ଚାନ୍ଦପୁର ଥାନା ଅଞ୍ଚଳରେ ଅନେକ ବେଆଇନ ମାଙ୍କଡ଼ା ଖଣି ଦୀର୍ଘ ଦିନ ଧରି ଚାଲୁଛି । ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ମାଲାମାଲ ହେଉଛନ୍ତି ଖଣି ମାଫିଆ । ତହସିଲଦାର କି ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇ ପାରୁନଥିବାବେଳେ ପୁଲିସ ଏହା ଉପରେ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରମ୍ଭ କରିଛି ତାଲିକା ।

ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ଖଣି ଉପରେ ଚଢ଼ଉ କରିଥିବା ସୂଚନା ମିଳିଛି । ପୁଲିସ ଟିମ୍ କୁକୁଡ଼ାଝରୀ, ମୟୂରଝାଲ୍ଲିଆ, ବୋରବୋରାଝର ଅଞ୍ଚଳରେ ଚଢ଼ଉ କରି ବେଆଇନ ମାଙ୍କଡ଼ା ଖଣି ଚଳାଇଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏପରିକି ବେଆଇନ ଭାବେ ଖଣି ଚଳାଉଥିବା ୧୫ ଜଣ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ ।

ତେବେ ଆଗାମୀ ଦିନରେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.