ETV Bharat / state

ନୟାଗଡ଼ରେ ବିଭିନ୍ନ ଦିଗକୁ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସମୀକ୍ଷା - ନୟାଗଡ଼ରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଆଜି(ଗୁରୁବାର) ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ କମ୍ପ୍ୟୁଟର ଲ୍ୟାବକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ନୟାଗଡ଼ରେ ବିଭିନ୍ନ ଦିଗକୁ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସମୀକ୍ଷା

author img

By

Published : Apr 28, 2022, 8:18 PM IST

ନୟାଗଡ଼: ଆଜି(ଗୁରୁବାର) କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରିଛନ୍ତି । ଏହା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କମ୍ପ୍ୟୁଟର ଲ୍ୟାବର ଶୁଭ ଉଦ୍‌ଘାଟନ କରିଥିଲେ । ସମସ୍ତ ବିଭାଗୀୟ କାର୍ଯ୍ୟାବଳୀର ପୁଙ୍ଖାନୁପୁଙ୍ଖ ସମୀକ୍ଷା କାର୍ଯ୍ୟ କରିଥିବା ଜଣାପଡ଼ିଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ କମ୍ପ୍ୟୁଟର ଲ୍ୟାବର ଶୁଭ ଉଦଘାଟନ

ବିଶେଷ କରି ଇ-ଅଭିଯୋଗ, ୫-ଟି ଏବଂ ରାଜସ୍ବ ଉପରେ ସମୀକ୍ଷା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜନସାଧାରଣଙ୍କୁ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ସେବାକୁ ଠିକ୍ ସମୟରେ ଯୋଗାଇ ଦେବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟକୁ ସମୀକ୍ଷା କରି ସେ ଏହା ଉପରେ ସନ୍ତୋଷ ପ୍ରକାଶ କରିଥିଲେ ।

ନୟାଗଡ଼ରେ ବିଭିନ୍ନ ଦିଗକୁ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସମୀକ୍ଷା
ନୟାଗଡ଼ରେ ବିଭିନ୍ନ ଦିଗକୁ ନେଇ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ସମୀକ୍ଷା

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ସମସ୍ତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଡ କଲେକ୍ଟର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.