ETV Bharat / state

Manas Murder Case: ମାମଲାରେ ମନ୍ତ୍ରୀଙ୍କ ଲିଙ୍କ୍ ଅଭିଯୋଗ କଲେ ମୃତକଙ୍କ ପରିବାର

ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ମାମଲାରେ ମନ୍ତ୍ରୀଙ୍କ ଲିଙ୍କ୍ ଅଭିଯୋଗ କଲେ ମୃତକଙ୍କ ପରିବାର

author img

By

Published : Mar 23, 2022, 9:21 PM IST

ନୟାଗଡ: ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ପରିବାର ଲୋକେ । ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ମାନସଙ୍କ ପରିବାର ଲୋକେ ।

ମାମଲାରେ ମନ୍ତ୍ରୀଙ୍କ ଲିଙ୍କ୍ ଅଭିଯୋଗ କଲେ ମୃତକଙ୍କ ପରିବାର

ସୂଚନା ଅନୁଯାୟୀ, ରଜ୍ୟରେ ଆଲୋଡନ ସୃଷ୍ଟି କରିଛି କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡି ପୋଖରୀ ଗାଁର ପଞ୍ଚାନନ ସ୍ୱାଇଁଙ୍କ 28 ବର୍ଷୀୟ ପୁଅ ମାନସ ସ୍ୱାଇଁ । ପେଶାରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରୁଥିବା ମାନସ ଭଦ୍ରକ ଜିଲ୍ଲା ଚାନ୍ଦବାଲିକୁ ଫଟୋ ସୁଟ୍ ପାଇଁ ଯାଇ ଥିବାବେଳେ ଗତ ଫେବୃଆରୀ 5 ତାରିଖରୁ ନିଖୋଜ ଥିଲେ ।

ପରେ ଚାନ୍ଦବାଲି ଏସଡିପିଓ, ଆଇଆଇସିଙ୍କ ସହ ରଣପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ବଧି ପାଟଣା ଗାଁ ନିକଟ ଜଙ୍ଗଲରୁ ମାଟି ଖୋଳି ମୃତଦେହ ଉଦ୍ଧାର କରିଥିଲେ । ଏହି ଘଟଣାରେ ଏକାଧିକ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏପର୍ଯ୍ୟନ୍ତ ଫେରାର ରହିଛି । ତେବେ ମାମଲାରେ ସମ୍ପୃକ୍ତ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି ମାନସଙ୍କ ପରିବାର ଲୋକେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.