ETV Bharat / state

ନୟାଗଡ଼ରେ ବଢୁଛି ବ୍ରାଉନସୁଗାର କାରବାର, ସ୍ପେସିଆଲ ଡ୍ରାଇଭ କରୁଛି ପୋଲିସ

author img

By

Published : Sep 26, 2021, 8:54 PM IST

ନୟାଗଡ଼ରେ ମାତିଛନ୍ତି ଧଳା ଜହର ବେପାରୀ । ନୟାଗଡ଼ ଏସପି ଭାବେ ସିଦ୍ଧାର୍ଥ କଟାରିୟା ଯୋଗଦେବା ପରେ ଜାନୁଆରୀରୁ ଅଦ୍ୟାବଧି 387 ଗ୍ରାମ ବ୍ରାଉନସୁଗାର ଏବଂ 61 ଜଣରୁ ଉର୍ଦ୍ଧ୍ବ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ 885 କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଅଧିକ ପଢନ୍ତୁ...

ନୟାଗଡ଼ରେ ବଢୁଛି ବ୍ରାଉନସୁଗାର କାରବାର: ସ୍ପେସିଆଲ ଡ୍ରାଇଭ କରୁଛି ପୋଲିସ

ନୟାଗଡ଼: ନୟାଗଡ଼ରେ ମାତିଛନ୍ତି ଧଳା ଜହର ବେପାରୀ । ଗାଁଠୁ ସହର ସବୁଠି ଏବେ ବ୍ରାଉସୁଗାର କାରବାର ବୃଦ୍ଧି ପାଇଛି । ଯୁବପିଢ଼ି ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି । ସେବନକାରୀ ଏବଂ ବେପାରୀ ସାଜୁଛନ୍ତି ଯୁବବର୍ଗ । ନୟାଗଡ଼ ଏସପି ଭାବେ ସିଦ୍ଧାର୍ଥ କଟାରିୟା ଯୋଗଦେବା ପରେ ଜାନୁଆରୀରୁ ଅଦ୍ୟାବଧି 387 ଗ୍ରାମ ବ୍ରାଉନସୁଗାର ଏବଂ 61 ଜଣରୁ ଉର୍ଦ୍ଧ୍ବ ଅଭିଯୁକ୍ତ ଗିରଫ କରାଯାଇଥିବା ବେଳେ 885 କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।

ଏହି ସମସ୍ତ ବେଆଇନ କାର୍ଯ୍ୟରେ ଯୁବବର୍ଗ ସାମିଲ ହେଉଥିବାରୁ ଏଥିରେ ସାମିଲ ନହେବାକୁ କହିଛନ୍ତି SP । ନୟାଗଡ଼ରେ ବୃଦ୍ଧି ପାଉଥିବା ବେଆଇନ କାରବାରକୁ ରୋକିବା ପାଇଁ ନୟାଗଡ଼ ଜିଲ୍ଲା ପୋଲିସ ପ୍ରଶାସନର ୨ଟି ଟିମ ଗଠନ କରି ସ୍ପେସିଆଲ ଡ୍ରାଇଭ କରୁଛି । ଏହି ୨ଟି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ରାଉନସୁଗାର କାରବାରକୁ ରୋକିବାକୁ ପ୍ରୟାସ ଚଳାଇଛି । ତେବେ ପୋଲିସ ଆହୁରି କଠୋର ହୋଇ ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.